ଉପ ମୁଖ୍ୟମନ୍ତ୍ରୀଙ୍କ କାର ଉପରକୁ ପଥର ଓ ଚପଲ ମାଡ଼
ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ସାଂଘାତିକ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଜୟ କୁମାର ସିହ୍ନା। ଆଜି ସେ ନିଜ ନିର୍ବାଚନ ମଣ୍ଡଳୀର ଗୋଟିଏ ପୋଲିଂ ବୁଥକୁ ଯାଉଥିବା ବେଳେ ତାଙ୍କ କାର ଉପରେ ହୋଇଛି ପଥର ଓ ଚପଲ ମାଡ଼। ଶତାଧିକ ଲୋକ ତାଙ୍କ କାରକୁ ଅଟକାଇ ମୁରଦାବାଦ ନାରା ଦେଇଛନ୍ତି। ଏହି ସମୟରେ ତାଙ୍କ କାର ଉପରକୁ ପଥର ଓ ଚପଲ ମାଡ଼ ହୋଇଛି।
ଲଖିସରାଇ ହେଉଛନ୍ତି ସିହ୍ନାଙ୍କ ନିର୍ବାଚନ ମଣ୍ଡଳୀ ଆଜି ସେହି ସ୍ଥାନରେ ଏପରି ଘଟଣା ଘଟିଛି। ଜଣେ ଭୂମିହାର ନେତା ଭାବେ ପରିଚିତ ସିହ୍ନା ଏଠାରୁ ୩ ଥର ଜିତିଛନ୍ତି। ଏଥର ମଧ୍ୟ ସେ ଏଠାରୁ ନିର୍ବାଚନ(Bihar Election) ଲଢ଼ୁଛନ୍ତି। ଆଜି ମତଦାନ ଥିବାରୁ ସେ ପୋଲିଂ ବୁଥ ଯାଉଥିଲେ। ଏହି ସମୟରେ ଏପରି ଘଟଣା ଘଟିଛି।

ବିଜେପି ନେତା ସିହ୍ନା ଏପରି ଘଟଣାରେ ପୂରା ରାଗି ଯାଇଛନ୍ତି। ସେ ଗାଡ଼ିରୁ ବାହାରି ଘଟଣା ପାଇଁ ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡିକୁ ଦାୟୀ କରିଛନ୍ତି। ଆରଜେଡିର ଗୁଣ୍ଡାମାନେ ଏପରି କାଣ୍ଡ ଘଟାଇଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ଏନଡିଏ ସରକାର କ୍ଷମତାକୁ ଆସିବା ପରେ ଏହି ଗୁଣ୍ଡାମାନଙ୍କ ଛାତିରେ ବୁଲଡୋଜର ଚାଲିବ ବୋଲି ସେ ଧମକ ମଧ୍ୟ ଦେଇଛନ୍ତି।
ସେ କହିଛନ୍ତି, "ଏନଡିଏ ସରକାର ବିହାରରେ କ୍ଷମତାକୁ ଆସିବାକୁ ଯାଉଛି। ଆମେ ସେମାନଙ୍କ ଛାତିରେ ବୁଲଡୋଜର ଚଳାଇବୁ। ଏମାନେ ସମସ୍ତେ ଆରଜେଡି ଗୁଣ୍ଡା। ସେମାନେ ଜାଣିଛନ୍ତି ଯେ ଏନଡିଏ କ୍ଷମତାକୁ ଆସୁଛି। ଏହି କାରଣ ପାଇଁ ସେମାନେ ଗୁଣ୍ଡାଗର୍ଦ୍ଦି କରୁଛନ୍ତି। ସେମାନେ ମୋ ପୋଲିଂ ଏଜେଣ୍ଟଙ୍କୁ ଏଠାରୁ ବିଦା କରିଦେଇଛନ୍ତି। ମୋତେ ଭୋଟ ଦେବାକୁ ଛାଡ଼ୁ ନାହାନ୍ତି। ଖରିଆରିର ବୁଥ ୪୦୪ ଓ ୪୦୫ରେ ସେମାନଙ୍କ ବ୍ୟବାର ଦେଖନ୍ତୁ।"ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଅନେକ ଲୋକ ସିହ୍ନାଙ୍କ ଗାଡ଼ିକୁ ଘେରି ରହିଛନ୍ତି। ତାଙ୍କ ବିରୋଧରରେ ସେମାନେ ନାରାବାଜୀ କରିବା ସହ ଗାଡ଼ିକୁ ଆଗକୁ ଛାଡ଼ୁ ନାହାନ୍ତି। ଗାଁରେ ପ୍ରବେଶ ପାଇଁ ବିଜେପି ନେତାଙ୍କ କାରକୁ ଅନୁମତି ମିଳିବ ନାହିଁ ବୋଲି ସେମାନେ କହୁଥିବା ଶୁଣା ଯାଉଛି। ଘଟଣା ପରେ ଶ୍ରୀ ସିହ୍ନା ନିଜର ସୁରକ୍ଷା ପାଇଁ କେନ୍ଦ୍ରୀୟ ଫୋର୍ସର ଦାବି କରିଛନ୍ତି। ଜିଲ୍ଲା ପୁଲିସ୍ ଦୁର୍ବଳ ହୋଇପଡ଼ିଥିବା ସେ କହିଛନ୍ତି।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications