ତେଜ ପ୍ରତାପଙ୍କ ନିର୍ଦ୍ଦେଶରେ ନାଚିବା କନଷ୍ଟେବଳଙ୍କୁ ପଡ଼ିଲା ଭାରି, ହେଲେ ନିଲମ୍ବନ
ପାଟନା: ବିହାର ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ବିଧାୟକ ତେଜ ପ୍ରତାପ ଯାଦବଙ୍କ ସୁରକ୍ଷାରେ ନିୟୋଜିତ ଥିବା ଜଣେ ପୋଲିସ କନଷ୍ଟେବଳ ୟୁନିଫର୍ମ ପିନ୍ଧି ନାଚିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତେଜ ପ୍ରତାପ ମଞ୍ଚ ଉପରୁ ପୋଲିସକର୍ମୀଙ୍କୁ ନାଚିବାକୁ କହୁଥିବାର ଦେଖାଯାଇଛି। ଯଦି ସେ ହୋଲିରେ ନାଚିବେ ନାହିଁ ତାହେଲେ ତାଙ୍କୁ ନିଲମ୍ବିତ କରାଯିବ ବୋଲି ଧମକ ମଧ୍ଯ ଦେଇଥିଲେ।
ପାଟନାସ୍ଥିତ ବରିଷ୍ଠ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଧାୟକ ତେଜପ୍ରତାପ ଯାଦବଙ୍କ ନିର୍ଦ୍ଦେଶକ୍ରମେ ଅଙ୍ଗରକ୍ଷୀ ଦୀପକ କୁମାର ୟୁନିଫର୍ମ ପିନ୍ଧି ନୃତ୍ୟ କରୁଥିବା ନଜରକୁ ଆସିବା ପରେ ଅଙ୍ଗରକ୍ଷୀ କନେଷ୍ଟବଳ ଦୀପକ କୁମାରଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ଅନ୍ୟ ଜଣେ କନଷ୍ଟେବଳଙ୍କୁ ଅଙ୍ଗରକ୍ଷୀ ଭାବେ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଷ୍ଟ୍ରୀୟ ଜନତା ଦଳ (RJD) ନେତା ତେଜପ୍ରତାପ ଯାଦବ ସୋମବାର ତାଙ୍କ ଅଙ୍ଗରକ୍ଷୀ ଦୀପକ ଯାଦବଙ୍କୁ ତାଙ୍କ ବାସଭବନରେ ଆୟୋଜିତ ହୋଲି ଉତ୍ସବରେ ନୃତ୍ୟ କରିବାକୁ କହିଥିଲେ। ତେଜ ପ୍ରତାପ ଯାଦବ ଗୀତ ଗାଇ ତାଙ୍କୁ ଡ୍ୟାନ୍ସ କରିବାକୁ କହିଥିଲେ । ଏଥିସହିତ ନ ନାଚିଲେ ତାଙ୍କୁ ନିଲମ୍ବିତ କରାଯିବ ବୋଲି ଧମକ ଦେଇଥିଲେ।












Click it and Unblock the Notifications