ତେଜସ୍ୱୀଙ୍କ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ତମ ବାପାଙ୍କୁ.....
ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ନୀତୀଶ ସରକାର ସୋମବାର ୩.୧୭ ଲକ୍ଷ କୋଟି ଟଙ୍କାର ଚୂଡ଼ାନ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ନୀତୀଶ କୁମାର ମଙ୍ଗଳବାର ବିଧାନସଭାରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଥିଲେ। ବିଶେଷକରି ସେ ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ୍ କରିଥିଲେ।
ସେ କହିଥିଲେ, ପୂର୍ବରୁ ବିହାରରେ କ'ଣ ଥିଲା? ମୁଁ ଆପଣଙ୍କ ପିତା(ଲାଲୁ)ଙ୍କୁ ବି ଗଢିଥିଲି । ତୁମେ ଦୁଇଥର ଗଡ଼ବଡ଼ କରିଥିଲ, ସେଥିପାଇଁ ହଟାଇଦେଇଥିଲୁ । ନୀତୀଶ କହିଛନ୍ତି, ଆମେ ବିହାରରେ ଡାକ୍ତରଖାନା ନିର୍ମାଣ କରିଛୁ, ରାସ୍ତା ନିର୍ମାଣ କରିଛୁ ଏବଂ ପୋଲିସ ଫୋର୍ସ ସଂଖ୍ୟା ବୃଦ୍ଧି କରିଛୁ । ଏବେ ୪ ଘଣ୍ଟା ମଧ୍ୟରେ ବିହାରର ଯେକୌଣସି ପ୍ରାନ୍ତରୁ ପାଟନାରେ ପହଞ୍ଚିବା ସମ୍ଭବ।

ସେ ଆହୁରି ମଧ୍ୟ କହିଥିଲେ, ଆରଜେଡି ଶାସନ କାଳରେ କିଛି ହୋଇନଥିଲା । କେବଳ ଜାତି ଓ ଧର୍ମକୁ ନେଇ ବିବାଦ ଲାଗି ରହିଥିଲା। ଏପରିକି ତୁମ ଜାତିର ଲୋକମାନେ ମୋତେ ପଚାରୁଥିଲେ ଯେ ମୁଁ କାହିଁକି ଏପରି କରୁଛି, କିନ୍ତୁ ତଥାପି ମୁଁ ତାଙ୍କୁ ଗଢିଥିଲି । ମୁଖ୍ୟମନ୍ତ୍ରୀ ନୀତୀଶ କହିଛନ୍ତି, ଆମେ ବିହାରରେ ଡାକ୍ତରଖାନା ନିର୍ମାଣ କରିଛୁ, ରାସ୍ତା ନିର୍ମାଣ କରିଛୁ ଏବଂ ପୋଲିସ ଫୋର୍ସ ସଂଖ୍ୟା ବୃଦ୍ଧି କରିଛୁ ।
ଏବେ ୪ ଘଣ୍ଟା ମଧ୍ୟରେ ବିହାରର ଯେକୌଣସି ପ୍ରାନ୍ତରୁ ପାଟନାରେ ପହଞ୍ଚିବା ସମ୍ଭବ। ବିହାର ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଓ ସ୍ଲୋଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ଆମେ ଏକାଠି ଅଛୁ ଏବଂ ଏବେ ଏକାଠି ରହିବୁ।












Click it and Unblock the Notifications