Get Updates
Get notified of breaking news, exclusive insights, and must-see stories!

ଏନଡିଏ ସହ ପୁଣି ସରକାର ଗଠନ କରିବା ପରେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ନୀତୀଶ

Bihar politics: ଏନ୍‌ଡିଏ ସହ ପୁଣି ମେଣ୍ଟ କରିବା ପରେ ପ୍ରଥମଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ନୀତୀଶ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ । ବିହାରରେ ନୂଆ ଏନଡିଏ ସରକାର ଗଠନ ପରେ ପିଏମ ମୋଦୀଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ । ଆଗାମୀ ସମୟରେ ବିହାରରେ କ୍ୟାବିନେଟ ସମ୍ପ୍ରସାରଣ ହେବାକୁ ଯାଉଛି ।

ଏଥି ସହିତ ନୂତନ ଏନଡିଏ ସରକାରଙ୍କ ଫ୍ଲୋର ଟେଷ୍ଟ ଫେବୃଆରୀ ୧୨ରେ ହେବ । ଫେବ୍ରୁଆରି ୧୨ ତାରିଖରେ ବିଧାନସଭାରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବାର ଠିକ୍ ପାଞ୍ଚ ଦିନ ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହୋଇଛି ।ଜାନୁଆରି ୨୮ ତାରିଖରେ ବିହାରରେ ଏନଡିଏ କୁ ଫେରିବା ପାଇଁ ମହାମେଣ୍ଟ ମେଣ୍ଟଛାଡିବା ପରେ ଜେଡ଼ିୟୁ ନେତା ତାଙ୍କର ପ୍ରଥମ ଜାତୀୟ ରାଜଧାନୀ ଗସ୍ତ ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଅନ୍ୟ ଶୀର୍ଷ ନେତାମାନଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି ।

ଏହା ପୂର୍ବରୁ ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ସୋମବାର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଜେଡିୟୁ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେପିର ଶୀର୍ଷ ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ରାଜ୍ୟରେ ରାଜ୍ୟସଭା ନିର୍ବାଚନ ସମ୍ପର୍କିତ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ । ବର୍ତ୍ତମାନ ବିହାରରେ ୬ଟି ରାଜ୍ୟସଭା ଆସନ ଖାଲି ପଡ଼ିଛି । ଖାଲି ପଡ଼ିଥିବା ଏହି ଆସନ ଗୁଡ଼ିକ ପାଇଁ ଫେବ୍ରୁଆରି ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।

Nitish meets PM Modi

ଏପଟେ ଲୋକସଭା ନିର୍ବାଚନ ପୂର୍ବରୁ ବିହାରରେ ଏନଡିଏରେ ଆସନ ବୁଝାମଣା ହେବ । ଗତ ଲୋକସଭା ନିର୍ବାଚନରେ ଜେଡିୟୁ ଏବଂ ବିଜେପି ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ବିହାରରେ ୪୦ ଟି ଲୋକସଭା ଆସନ ଅଛି । ଜେଡିୟୁ ଏବଂ ବିଜେପି ୧୭-୧୭ ଟି ଆସନରେ ପ୍ରାର୍ଥୀ ଦେଇଥିଲେ । ଆଉ ଗତ ନିର୍ବାଚନରେ ବିଜେପି ୧୭ ଟି ସିଟ୍ ଏବଂ ଜେଡିୟୁ ୧୬ ଟି ସିଟ୍ ଜିତିଥିଲା । ବିହାର ସିଏମ ନୀତୀଶ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡାଙ୍କୁ ମଧ୍ୟ ଭେଟି ପାରନ୍ତି ବୋଲି ଶୁଣାଯାଉଛି ।

ଯେତେବେଳେ ବିହାରରେ ବିଜେପି ସହିତ ନୀତୀଶ କୁମାର ପୁଣିଥରେ ସରକାର ଗଠନ କରିଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହା ଉପରେ ନୀତୀଶ କୁମାର କହିଥିଲେ, "ମୋ ନିଜ ତରଫରୁ ଏବଂ ବିହାରର ସମସ୍ତ ଲୋକଙ୍କ ତରଫରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ଏବଂ ସହଯୋଗ ପାଇଁ ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+