ଇଣ୍ଡିଆ ମେଣ୍ଟର ସଂଯୋଜକ ହୋଇ ପାରନ୍ତି ନୀତୀଶ କୁମାର
ନୂଆଦିଲ୍ଲୀ:ବିରୋଧୀ ଇଣ୍ଡିଆ ମେଣ୍ଟକୁ ନେଇ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି । ସୂଚନାନୁସାରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ଆଲାଇନ୍ସର ସଂଯୋଜକ ହୋଇପାରନ୍ତି । ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କଂଗ୍ରେସ ନୀତୀଶ କୁମାରଙ୍କୁ ସଂଯୋଜକ ବନାଇ ପାରନ୍ତି । କାରଣ ନୀତୀଶଙ୍କ ଏକ କାର୍ଯ୍ୟ କଂଗ୍ରେସରେ ଆତଙ୍କ ସୃଷ୍ଟି କରିଛି ।
ବାସ୍ତବରେ, ଦିଲ୍ଲୀର ଜେଡିୟୁ ନ୍ୟାସନାଲ କାଉନସିଲରେ ସିଏମ ନୀତୀଶ କଂଗ୍ରେସ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେଠାରେ ନୀତୀଶ କୁମାର କଂଗ୍ରେସକୁ କରିଥିଲେ ଟାର୍ଗେଟ । ବାସ୍ତବରେ ଦିଲ୍ଲୀରେ ଅନୁଷ୍ଠିତ ଜେଡିୟୁ ବୈଠକରେ ନୀତୀଶ କୁମାର କଂଗ୍ରେସକୁ ଟାର୍ଗେଟ କରିଥିଲେ । ତାଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଉପରେ କଂଗ୍ରେସ ଆଲୋଚନା କରେ ନାହିଁ ବୋଲି ନୀତୀଶ କୁମାର କହିଥିଲେ । ଏହା ସହିତ ସେ କହିଥିଲେ ଯେ ବିଜେପି ତାଙ୍କ କାର୍ଯ୍ୟରେ ଯୋଗ ଦେଇଥାଏ ।

ଏହାପୂର୍ବରୁ ବିଧାନସଭା ନିର୍ବାଚନ ସମୟରେ ନୀତୀଶ କୁମାର କଂଗ୍ରେସକୁ ଟାର୍ଗେଟ କରିଥିଲେ ନିତିଶ । ସେ କହିଥିଲେ ଯେ ଇଣ୍ଡିଆ ଗଠବନ୍ଧନ ଅପେକ୍ଷା ବିଧାନସଭା ନିର୍ବାଚନରେ କଂଗ୍ରେସର ଧ୍ୟାନ ଅଧିକ ରହିଥିଲା । ଜେଡିୟୁ ବୈଠକରେ ନୀତୀଶ କୁମାରଙ୍କ କଂଗ୍ରେସ ଉପରେ ହୋଇଥିବା ଆକ୍ରମଣକୁ 'ଚାପ ରାଜନୀତି' ଭାବରେ ବର୍ତ୍ତମାନ ଦେଖାଯାଉଛି ।
ନିତିଶ କଣ ହୋଇପାରିବେ ସଂଯୋଜକ?
ନୀତୀଶ କୁମାରଙ୍କୁ ସଂଯୋଜକ କରିବାର ଅନେକ କାରଣ ଥାଇପାରେ । ପ୍ରଥମେ ସେ ବିରୋଧୀ ଦଳର ନେତାମାନଙ୍କୁ ଏକଜୁଟ କରିବା ପାଇଁ କାର୍ଯ୍ୟ କରିଥିଲେ । ଗତ ବର୍ଷ ନୀତୀଶ କୁମାର ଦେଶର ବିଭିନ୍ନ ରାଜ୍ୟ ଗସ୍ତରେ ଯାଇ ବିରୋଧୀଦଳ ନେତା / ସିଏମଙ୍କୁ ଭେଟିଥିଲେ । ବିଜେପି ବିରୋଧରେ ବିରୋଧୀଙ୍କୁ ଏକତ୍ର କରିବାରେ ନୀତୀଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଦ୍ୱିତୀୟତଃ ନୀତୀଶ କୁମାରଙ୍କୁ ଇଣ୍ଡିଆ ଗଠବନ୍ଧନର ସୂତ୍ରଧାର ଭାବରେ ଦେଖାଯାଏ । ବିରୋଧୀ ଦଳଙ୍କ ସହ ମିଶି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ପରାମର୍ଶ ଦେଇଥିଲେ । ଜୁନ୍ ୨୦୨୩ ରେ, ସେ ଗୋଟିଏ ମଞ୍ଚରେ ୧୫ ଟି ପାର୍ଟୀକୁ ଏକାଠି କରିପାରିଥିଲେ ନିତିଶ ।
ଦିଲ୍ଲୀରେ ଇଣ୍ଡିଆ ଆଲାଇନ୍ସର ବୈଠକରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କୁ କରାଯାଉ ବୋଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଥମେ କହିଥିଲେ । ପରେ ଏହି ମତକୁ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ ସମର୍ଥନ କରିଥିଲେ । ଏହା ପରେ ନୀତୀଶ କୁମାର ରାଗିଥିବା କୁହାଯାଉଛି । କାରଣ ନା ତାଙ୍କୁ ସଂଯୋଜକ କରାଇଥିଲେ ନା ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ତେବେ ପୂର୍ବରୁ ଅନେକ ଥର ନୀତୀଶ କୁମାର କହିଛନ୍ତି ଯେ ସେ କୌଣସି ପଦ ଚାହୁଁ ନାହାଁନ୍ତି ।












Click it and Unblock the Notifications