Get Updates
Get notified of breaking news, exclusive insights, and must-see stories!

ବ୍ୟବସାୟ ପାଇଁ ସରକାର ଦେଉଛନ୍ତି ୨ ଲକ୍ଷ ଟଙ୍କା , ଫେବୃଆରୀ ୨୦ ପର୍ଯ୍ୟନ୍ତ ରହିଛି ଶେଷ ସୁଯୋଗ

ପାଟନା: କିଛି ମାସ ପୂର୍ବରୁ ବିହାରରେ ଜାତି ଭିତ୍ତିକ ଜନଗଣନା କରାଯାଇଥିଲା । ଏହି ଜନଗଣନା ସମୟରେ ୯୪ ଲକ୍ଷରୁ ଅଧିକ ଗରିବ ପରିବାର ଦେଖିବାକୁ ମିଳିଥିଲା । ଏବେ ବିହାର କ୍ଷୁଦ୍ର ଉଦ୍ୟୋଗୀ ଯୋଜନା ଅଧୀନରେ ଏଭଳି ଗରିବ ପରିବାରର ହିତାଧିକାରୀଙ୍କୁ ନୀତୀଶ ସରକାର ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଏକ ଯୋଜନା କାର୍ଯ୍ୟକାରୀ ହେବ । ସିଏମ୍ ନିଜେ ଏହି ଯୋଜନା ପାଇଁ ଆବେଦନ ପୋର୍ଟାଲ୍ ଲଞ୍ଚ କରିଥିଲେ, ଏହା ୬୧ ଟି ପ୍ରକଳ୍ପ ପାଇଁ ଚିହ୍ନଟ କରାଯାଇଛି ଯେଉଁଥିରେ ଛୋଟ ଉଦ୍ୟୋଗଗୁଡିକ ଅନ୍ତର୍ଭୁକ୍ତ କରାଯାଇଛି ।

ଆବେଦନକାରୀଙ୍କ ପାଇଁ ଏହି ପୋର୍ଟାଲ ଖୋଲାଯାଇଛି । ଏହି ଯୋଜନା ପାଇଁ ଆବେଦନ ୨୦ ଫେବୃଆରୀ ପର୍ଯ୍ୟନ୍ତ କରାଯିବ । ଆବେଦନକାରୀଙ୍କ ବୟସ ୧୮ରୁ ୫୦ ବର୍ଷ ମଧ୍ୟରେ ହେବା ଉଚିତ । ଆବେଦନକାରୀଙ୍କ ପାରିବାରିକ ଆୟ ମାସକୁ ୬୦୦୦ରୁ କମ ହେବା ଉଚିତ । ବିହାର କ୍ଷୁଦ୍ର ଉଦ୍ୟୋଗୀ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଦିଆଯାଇଥିବା ସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ବିହାରରେ ୯୪ ଲକ୍ଷରୁ ଅଧିକ ଗରିବ ପରିବାର ଅଛନ୍ତି ଯେଉଁମାନେ ଆର୍ôଥକ ସହାୟତା ଆବଶ୍ୟକ କରନ୍ତି ।

ଏହିପରି ପରିବାରର ହିତାଧିକାରୀଙ୍କୁ ଆମେ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବୁ ଯାହାଦ୍ୱାରା ସେମାନେ କ୍ଷୁଦ୍ର ଉଦ୍ୟୋଗୀ ଯୋଜନା ଅଧୀନରେ ସେମାନଙ୍କର ବ୍ୟବସାୟ ଆରମ୍ଭ କରିପାରିବେ । ଏହାର ତାଲିମ ମଧ୍ୟ ପୃଥକ ଭାବରେ ଦିଆଯିବ । ଆର୍ଥିକ ଦୃଷ୍ଟିରୁ ଗରିବ ପରିବାରକୁ ଆତ୍ମନିଯୁକ୍ତି ପାଇଁ ଆର୍ଥିକ ସହାୟତା ଯୋଗାଇବା ପାଇଁ 'ବିହାର କ୍ଷୁଦ୍ର ଉଦ୍ୟୋଗୀ ଯୋଜନା' କାର୍ଯ୍ୟକାରୀ କରାଯାଇଛି ବୋଲି ସିଏମ୍ କହିଛନ୍ତି ।

laghu udhyami scheme

ଏହି ଯୋଜନା ଅଧୀନରେ ରାଜ୍ୟର ସମସ୍ତ ଆର୍ଥିକ ଦୃଷ୍ଟିରୁ ଗରିବ ପରିବାରକୁ ଉପକୃତ କରିବା ଲକ୍ଷ୍ୟ ରହିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି କାର୍ଯ୍ୟକ୍ରମ ସହିତ ଜଡିତ ଏବଂ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଯଦି ଏହି ଯୋଜନା ବ୍ୟତୀତ ଯଦି କେହି ନିଜର ରୋଜଗାର କରିବାକୁ ଚାହାଁନ୍ତି, ତେବେ ସେମାନେ ମଧ୍ୟ ସେମାନଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରନ୍ତୁ । ପ୍ରତ୍ୟେକ ଜାତି ଏବଂ ଧର୍ମର ଲୋକମାନଙ୍କ ମଧ୍ୟରେ ଏହି ଯୋଜନାକୁ ସାର୍ବଜନୀନ କରିବାକୁ ଆମେ ଆପଣଙ୍କୁ ଅନୁରୋଧ କରିବୁ ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ଏହି ଯୋଜନାର ଲାଭ ଉଠାଇ ପାରିବେ ।

ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଯାହା ଆବଶ୍ୟକ ପଡ଼ିବ ତାହା ସରକାର ଖର୍ଚ୍ଚ କରିବେ । ସିଏମ୍ କହିଛନ୍ତି ଯେ ଆମେ ଆସନ୍ତା ବର୍ଷ ପାଇଁ ପ୍ରଥମ କାର୍ଯ୍ୟକାଳ ଆରମ୍ଭ କରୁଛୁ । ଏହି ଯୋଜନାର ଉତ୍ତମ କାର୍ଯ୍ୟାନ୍ୱୟନ ପାଇଁ ଆପଣ ସମସ୍ତେ ସଠିକ୍ ଭାବରେ କାର୍ଯ୍ୟ କରିବା ଉଚିତ୍‌, ଆମେ ଚାହୁଁ ଯେ ସମସ୍ତେ ସାହାଯ୍ୟ ପାଇବା ଉଚିତ ଯାହା ଦ୍ୱାରା ସେମାନଙ୍କର ଆର୍ôଥକ ସ୍ଥିତି ସୁଦୃଢ଼ ହୋଇପାରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+