ଆସନ୍ତାକାଲି ନୀତିଶଙ୍କ ଫ୍ଲୋର ଟେଷ୍ଟ; ବିହାରର ମୁଖ୍ୟମନ୍ତ୍ରୀ ଭାବରେ ନୀତୀଶ କୁମାରଙ୍କ ଭାଗ୍ୟ ପରୀକ୍ଷା
ଆସନ୍ତାକାଲି ନୀତିଶଙ୍କ ଫ୍ଲୋର ଟେଷ୍ଟ । ଦଳୀୟ ବିଧାୟକଙ୍କୁ ହ୍ୱିପ୍ ଜାରି କଲା ଜେଡିୟୁ । ଆସନ୍ତାକାଲି (ସୋମବାର) ବିହାରରେ ନୀତିଶ କୁମାର ସରକାର ଆସ୍ଥାଭୋଟରେ ସଂଖ୍ୟା ବହୁମତର ପ୍ରମାଣ ଦେବାକୁ ଯାଉଛନ୍ତି । ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭାଗ୍ୟ ପରୀକ୍ଷା ।
ବିଜେପି ଓ ଜେଡିୟୁ ମେଣ୍ଟ ସଦସ୍ଯଙ୍କ ୧୨୮ ରହିଛି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ବିଜେପିର ୭୮, ଜେଡିୟୁର ୪୫, ହାମ-ଏସର ୪ ଓ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି । ସେପଟେ ବିରୋଧୀ ମେଣ୍ଟରେ ୧୧୪ ସଦସ୍ୟ ଅଛନ୍ତି । ଆରଜେଡିର ୭୯, କଂଗ୍ରେସର ୧୯, ସିପିଏମଏଲ(ଏଲ)ର ୧୨, ସିପିଏମର ୨ ଓ ସିପିଆଇର ୨ ବିଧାୟକ ଅଛନ୍ତି । କୌଣସି ମେଣ୍ଟରେ ସାମିଲ ହୋଇନି ଏଆଇଏମଆଇଏମ । ଏହି ଦଳର ସଦସ୍ଯ ସଂଖ୍ୟା ମାତ୍ର ଜଣେ ।
ଏହି ପରିପ୍ରେକ୍ଷୀରେ ଗତକାଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ଦଳୀୟ ବିଧାୟକଙ୍କ ବୈଠକ ହୋଇଥିଲା । ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ଭୋଟିଂ ଦିନ ଗୃହରେ ଉପସ୍ଥିତ ହେବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ମିଳିଛି । ତେବେ ସଂଖ୍ୟାରେ କୌଣସି ସମସ୍ୟା ନଥିଲେ ସୁଦ୍ଧା ଆରଜେଡି ନେତା ତେଜସ୍ୱୀ ଯାଦବ ଖେଳ ହେବା ବାକି ଅଛି ବୋଲି କହୁଛନ୍ତି ।

ଜାନୁଆରୀ 28ରେ ନୀତିଶ ମହାମେଣ୍ଟ ସରକାର ଭାଙ୍ଗି ନୂଆ ସରକାର ଗଠନ କରିବା ପରେ ବିହାରରେ 12ରେ ଫ୍ଲୋର ଟେଷ୍ଟ ହେବାକୁ ଯାଉଛି । କ୍ଷମତା ପରିବର୍ତ୍ତନ କରିଥିବା ନୀତିଶ ଗୃହରେ ସଂଖ୍ୟା ବହୁମତର ପ୍ରମାଣ ଦେବେ
ତେବେ ବିହାର ବିଧାନସଭାରେ ମ୍ଯାଜିକ ନମ୍ବର ରହିଛି ୧୨୨। ଏହାଠାରୁ ୬ ଜଣ ଅଧିକ ସଦସ୍ଯ ବର୍ତ୍ତମାନ ନୀତୀଶଙ୍କ ସପକ୍ଷରେ ରହିଛନ୍ତି। ଆସ୍ଥାଭୋଟ ପୂର୍ବରୁ ଆଜି ଜେଡିୟୁ ବିଧାୟକମାନଙ୍କ ବୈଠକ ଆହୂତ କରିଛି। ଏହି ବୈଠକରେ ସମସ୍ତ ଜେଡିୟୁ ବିଧାୟକ ସାମିଲ ହେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। କିଛିଦିନ ତଳେ ଆରଜେଡି ମେଣ୍ଟରୁ ଜେଡିୟୁ ଓହରି ଯିବା ପରେ ବର୍ତ୍ତମାନ ବିରୋଧୀ ମେଣ୍ଟର ସଦସ୍ୟଙ୍କ ସଂଖ୍ୟା ରହିଛି ୧୧୪।












Click it and Unblock the Notifications