ବିହାର ବିଧାନସଭାରେ ପାରିତ ହେଲା ୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ୍

ପାଟନା: ବିହାର ବିଧାନସଭାରେ ପାରିତ ହେଲା ୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ୍ । ଭଏସ୍ ଭୋଟ୍ ମାଧ୍ୟମରେ ଏହାକୁ ସର୍ବସମ୍ମତି କ୍ରମେ ପାରିତ କରାଯାଇଥିଲା। ବିଲରେ ସଂରକ୍ଷଣକୁ 50 ପ୍ରତିଶତରୁ 65 ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। EWS ସଂରକ୍ଷଣକୁ ଅନ୍ତର୍ଭୁକ୍ତ କରି ଏହା 75 ପ୍ରତିଶତରେ ପରିଣତ ହେବ । ବିଜେପି ମଧ୍ୟ ଏହି ବିଲକୁ ସମର୍ଥନ କରିଛି। ଲୋକସଭା ନିର୍ବାଚନ ପୂର୍ବରୁ ସିଏମ ନୀତୀଶ କୁମାରଙ୍କ ଏହି ପଦକ୍ଷେପକୁ ଏକ ମାଷ୍ଚରଷ୍ଟ୍ରୋକ ବୋଲି ବିବେଚନା କରାଯାଉଛି ।

 Bihar Reservation

ଏହି ବିଲ୍ ମୁତାବକ୍ ବିହାରର ବର୍ତ୍ତମାନ ରାଜ୍ୟରେ ଖାଲିଥିବା ପଦବୀରେ ଅନୁସୂଚିତ ଜାତିକୁ ୨୦ ପ୍ରତିଶତ, ଅନୁସୂଚିତ ଜନଜାତିକୁ ୨ ପ୍ରତିଶତ, ପଛୁଆ ଗର୍ଗଙ୍କୁ ୧୮ ପ୍ରତିଶତ ଏବଂ ଅତ୍ୟଧିକ ପଛୁଆ ବର୍ଗଙ୍କୁ ୨୫ ପ୍ରତିଶତ ସଂରକ୍ଷଣ ମିଳିବ । ମୋଟ୍ ୬୫ ପ୍ରତିଶତ ସଂରକ୍ଷଣ ରହିବ ଏବଂ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ପୂର୍ବରୁ ୧୦ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିଛି । ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନ ଗୁଡିକେ ସଂରକ୍ଷଣ ପରିସର ବର୍ତ୍ତମାନ ୭୫ ପ୍ରତିଶତ ରହିବ ।

ସୂଚନାଥାଉ ଯେ, ବିହାର ବିଧାନସଭାର ବର୍ତ୍ତମାନର ଅଧିବେଶନରେ ଏହା ଉପରେ ଏକ ବିଲ୍ ପରିଷଦର ରଖାଯିବ । ଏହା ପାରିତ ହେଲା ପରେ ରାଜ୍ୟପାଳଙ୍କ ନିକଟକୁ ପଠାଯିବ, ରାଜ୍ୟପାଳଙ୍କଠୁ ଅନୁମୋଦନ ହେବା ପରେ ଏହା ଆଇନରେ ପରିଣତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+