ବିହାର ବିଧାନସଭା ନିର୍ବାଚନ; ଶେଷ ପର୍ଯ୍ୟାୟ ପାଇଁ ଭୋଟିଂ ଆରମ୍ଭ, ମଇଦାନରେ ୧୩୦୨ ପ୍ରାର୍ଥୀ

ବିହାର ବିଧାନସଭା ନିର୍ବାଚନ; ଶେଷ ପର୍ଯ୍ୟାୟ ପାଇଁ ଭୋଟିଂ ଆରମ୍ଭ । ୨୦ ଜିଲ୍ଲାର ୧୨୨ ସିଟ୍‌ରେ ଲଢ଼େଇ, ମଇଦାନରେ ୧୩୦୨ ପ୍ରାର୍ଥୀ । ୪୫,୩୯୯ ବୁଥ୍‌ରେ ଭୋଟ୍ ଦେବେ ୩ କୋଟି ୭୦ ଲକ୍ଷ ଭୋଟର। ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ ଫଳାଫଳ ।

Bihar Assembly elections

ଚୂଡ଼ାନ୍ତ ପର୍ଯ୍ୟା‌ୟରେ ୨୦ ଜିଲ୍ଲାର ୧୨୨ ନିର୍ବାଚନମଣ୍ଡଳୀରେ ଭୋଟ୍‌ ଗ୍ରହଣ ହେବ । ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ‌ଭୋଟଗ୍ରହଣ ସୁନିଶ୍ଚିତ କରିବାପାଇଁ ନିର୍ବାଚନ କମିସନ୍‌ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଚୂଡ଼ାନ୍ତ ପର୍ଯ୍ୟ‌ାୟରେ ସୀମାଞ୍ଚଳ, ମଗଧ, ଶାହବାଦ, କୋସି ଏବଂ ମିଥିଳାଞ୍ଚଳରେ ଭାରତ-ନେପାଳ ସୀମା ସଂଲଗ୍ନ ନିର୍ବାଚନମଣ୍ଡଳୀ ଗୁଡ଼ିକରେ ଭୋଟଗ୍ରହଣ ହେବ , ମତଦାନ ପ୍ରକ୍ରିୟା ସକାଳ ୭ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ପର୍ଯ୍ୟନ୍ତ ଚାଲିବ । ତେବେ ସୁରକ୍ଷା କାରଣ ପାଇଁ ୭ଟି ନିର୍ବାଚନମଣ୍ଡଳୀ ତଥା ଚଇନପୁର, ‌ଗୋବିନ୍ଦପୁର, ରାଜୌଲି, ଜାମୁଇ, ସିକନ୍ଦରା, ଚକାଇ ଏବଂ ଝାଝାରେ ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ‌ ହେବ ।

ସେହିପରି ଗୟା, ଔରଙ୍ଗାବାଦ, ବାଙ୍କା ଏବଂ ରୋହତସ ଜିଲ୍ଲାରେ ମଧ୍ୟ ଭୋଟିଂ ସନ୍ଧ୍ୟା ୫ଟ‌ାରେ ଶେଷ ହେବ। ଭୋଟିଂ ପ୍ରକ୍ରିୟା ସହଜ କରିବାପାଇଁ ୪୫୦୦୦ରୁ ଅଧିକ ବୁଥ୍‌ ପ୍ରତିଷ୍ଠା କରଯାଇଛି ଏବଂ ମତଦାନ ପ୍ରକ୍ରିୟାକୁ ଲଗାତାର ଯାଞ୍ଚ କରିବାପାଇଁ ସମସ୍ତ ବୁଥ୍‌ରୁ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି। ୨୦ ଜିଲ୍ଲା ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ପ୍ରତିଷ୍ଠା କରାଯାଇଛି। ମହିଳା ସଶକ୍ତୀରଣକୁ ପ୍ରୋତ୍ସାହିତ କରିବାପାଇଁ ୫୯୫ ଟି ବୁଥ୍‌କୁ କେବଳ ମହିଳା ପରିଚାଳନା କରିବେ। ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ୩୧୬ ମଡେଲ ବୁଥ୍‌ ପ୍ରତିଷ୍ଠା କରାଯାଇଛି। ଶେଷ ପର୍ଯ୍ୟାୟରେ ୩.୭ କୋଟିରୁ ଅଧିକ ଭୋଟର ୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଶେଷ ପର୍ଯ୍ୟାୟରେ ଏନଡିଏ ୫୩ ପ୍ରାର୍ଥୀ ଦେଇଥିବାବେଳେ ଜେଡିୟୁ ୪୪ ଏବଂ ‌ଏଲ୍‌ଜେପି (ଆର୍‌) ୧୫ ଆସନରେ ପ୍ରାର୍ଥୀ ଦେଇଛି। ହିନ୍ଦୁସ୍ତାନୀ ଅୱମ ମୋର୍ଚ୍ଚା ୬ ପ୍ରାର୍ଥୀଙ୍କୁ ଟି‌କେଟ୍‌ ଦେଇଥିବାବେଳେ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୪ ଆସନରେ ନିର୍ବାଚନ ଲଢ଼ୁଛି । ଚୂଡ଼ାନ୍ତ ପର୍ଯ୍ୟାୟରେ ମହାମେଣ୍ଟର ଆର୍‌ଜେଡି ସର୍ବାଧିକ ୭୧ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୩୭ ପ୍ରାର୍ଥୀ ଦେଇଛି। ମୁକେଶ ଶାହାଣୀଙ୍କ ନେତୃତ୍ବାଧୀନ ବିକାଶ ଶୀଳ ଇନସାନ ପାର୍ଟି ୮ ଆସନରେ ନିର୍ବାଚନ ଲଢ଼ୁଛି ଏବଂ ସିପିଆଇଏମ୍‌ଏଲ୍‌ ୬ ଆସନରେ ନିର୍ବାଚନ ଲଢ଼ୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+