ନଭେମ୍ବର ୬ରୁ ବିହାର ବିଧାନସଭା ନିର୍ବାଚନ, ୧୧ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ
ବିହାର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ବିହାରରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ୱର ୬ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ୱର ୧୧ରେ ହେବ । ନଭେମ୍ୱର ୧୪ରେ ଭୋଟ ଗଣତି ଓ ପରିଣାମ ଘୋଷଣା ହେବ । ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ଭୋଟିଂ ହେବ । ସେହିପରି ୧୨୨ଟି ଆସନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, "ବିହାରରେ ପ୍ରାୟ ୭.୪୩ କୋଟି ଭୋଟର ଅଛନ୍ତି ଏବଂ ପ୍ରାୟ ୧୪ ଲକ୍ଷ ଯୁବପିଢ଼ି ପ୍ରଥମ ଥର ପାଇଁ ଭୋଟ ଦେବେ । ସେହିପରି ୧୦୦ ବର୍ଷରୁ ଅଧିକ ବୟସର ୧୪୦୦୦ ଭୋଟର ଅଛନ୍ତି । ମତଦାନ କେନ୍ଦ୍ର ଗ୍ରାଉଣ୍ଡ ଫ୍ଲୋରରେ ରହିବ । ପ୍ରତ୍ୟେକ କେନ୍ଦ୍ରରେ ୮୧୮ ଭୋଟର ରଖିବା ଲକ୍ଷ୍ୟ ରଖାଯାଇଛି । ବିହାରରେ ୪୦ଟି ସଂରକ୍ଷିତ ଆସନ ଅଛି । ସମସ୍ତ ରାଜନୈତିକ ଦଳକୁ ଏସଆଇଆର୍ ପରେ ଚୂଡ଼ାନ୍ତ ଭୋଟର ତାଲିକା ବଣ୍ଟନ କରାଯାଇଛି । ନାମାଙ୍କନ ଦାଖଲ ତାରିଖ ପରେ ପ୍ରକାଶିତ ଭୋଟର ତାଲିକା ଚୂଡ଼ାନ୍ତ ହେବ।"
ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ବିହାର ନିର୍ବାଚନ କମିଶନ ଏସଆଇଆର୍ କରିଥିଲେ । ଏଥିରେ ବିହାରର ଭୋଟରଙ୍କ ନୂତନ ଗଣନା ଅନ୍ତର୍ଭୁକ୍ତ ଥିଲା । ଏହି ପ୍ରକ୍ରିୟା ଜୁନ୍ ମାସରେ ଆରମ୍ଭ ହୋଇଥିଲା ଏବଂ ଚୂଡ଼ାନ୍ତ ତାଲିକା ସେପ୍ଟେମ୍ବର ୩୦ରେ କମିଶନଙ୍କ ୱେବସାଇଟରେ ପ୍ରକାଶିତ ହୋଇଥିଲା । ପ୍ରକାଶିତ ଏହି ତାଲିକା ଅନୁସାରେ, ବିହାରରେ ମୋଟ ୭୪,୧୯୨,୩୫୭ ଭୋଟର ପଞ୍ଜୀକୃତ ହୋଇଛନ୍ତି । ୨୦୨୦ରେ ଏହି ସଂଖ୍ୟା ୭୩,୬୪୭,୬୬୦ ଥିଲା । ୨୦୨୦ ତୁଳନାରେ ଏହି ନିର୍ବାଚନରେ ୫,୪୪,୬୯୭ ଭୋଟର ବୃଦ୍ଧି ହୋଇଛି । ତେବେ ଏସଆଇଆର ପରେ ରାଜ୍ୟରେ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା ୪୭,୭୭,୪୮୭ ହ୍ରାସ ପାଇଛି।
ଏସଆଇଆର୍ ପୂର୍ବରୁ ବିହାରରେ ମୋଟ ଭୋଟର ସଂଖ୍ୟା ୭୮,୯୬୯,୮୪୪ ଥିଲା । ଏସଆଇଆର୍ ପରେ ୪୭,୭୭,୪୮୭ ଭୋଟରଙ୍କୁ ବାଦ ଦିଆଯାଇଥିଲା । କମିଶନ ରିପୋର୍ଟ କରିଥିଲେ ଯେ ୨୨,୩୪,୧୩୬ ଭୋଟରଙ୍କ ମୃତ୍ୟୁ ହୋଇଛି । ୬,୮୫,୦୦୦ ଭୋଟର ଏକାଧିକ ଥର ପଞ୍ଜୀକୃତ ହୋଇଥିଲେ । ୩୬,୪୪,୯୩୯ ଭୋଟର ସ୍ଥାୟୀ ଭାବରେ ବିହାର ବାହାରକୁ ଚାଲିଯାଇଥିଲେ । ଏସ୍ଆଇଆରରେ ଦାବି ଏବଂ ଆପତ୍ତି ପରେ, ଭୋଟରଙ୍କ ସଂଖ୍ୟା ୩୬୬,୭୪୨ ହ୍ରାସ ପାଇଛି ।
-
ଡ଼ା. ପ୍ରୀତି ଆଦାନୀଙ୍କ ମହାପଦକ୍ଷେପ: ସ୍ୱାଭିମାନ ପ୍ରକଳ୍ପରେ ଦେଶରେ 10 ଲକ୍ଷ ମହିଳାଙ୍କୁ ସଶକ୍ତ କରାଯିବ -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
CAPF ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ -
LPG ସଙ୍କଟ ! ଭାରତୀୟ ରେଳରେ ମାଇକ୍ରୋୱେଭ୍-ଇଣ୍ଡକ୍ସନ ବ୍ୟବହାର କରିବାକୁ IRCTCର ନିର୍ଦ୍ଦେଶ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ପ୍ରଧାନମନ୍ତ୍ରୀଙ୍କ ଉପରେ ବିରୋଧୀ ଦଳ ନେତାଙ୍କ ଟିପ୍ପଣୀ, ସଂସଦରେ ରାହୁଲ- ରବି ଶଙ୍କର ମୁହାମୁହିଁ -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
LPG ଦର ବୃଦ୍ଧିକୁ ନେଇ ବିବାଦ: ଭାରତର ନୀତି ନୁହେଁ, ବରଂ ଗ୍ଲୋବାଲ୍ ଏନର୍ଜି ଝଟକା ମୂଳ କାରଣ -
ଅନିଲ ଅମ୍ବାନୀଙ୍କୁ ବଡ ଝଟକା, ୫୮୧ କୋଟିର ସମ୍ପତ୍ତି ଜବତ କଲା ଇଡି -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ












Click it and Unblock the Notifications