ବିହାର ନିର୍ବାଚନର: ଦିନ ୧ଟା ସୁଦ୍ଧା ୪୭.୬୨% ମତଦାନ

ବିହାର ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନର ମତଦାନ ଚାଲିଛି । ଦିନ ୧ଟା ସୁଦ୍ଧା ୪୭.୬୨% ମତଦାନ ହୋଇଥିବା ସୂଚନା ରହିଛି । ଆଜି ଦ୍ଵିତୀୟ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି । ୨୦ ଜିଲାର ୧୨୨ଟି ନିର୍ବାଚନ ମଣ୍ଡଳିରେ ମତଦାନ ଚାଲିଛି । କିସନଗଞ୍ଜ ଜିଲାରେ ସର୍ବାଧିକ ୫୧.୮୬% ଓ ଗୟାରେ ଦ୍ଵିତୀୟ ସର୍ବାଧିକ ୫୦.୯୫% ମତଦାନ ହୋଇଛି । ସୁରକ୍ଷିତ ଭାବେ ନିର୍ବାଚନ ପରିଚାଳନା ପାଇଁ ବିହାର-ନେପାଳ ସୀମା ସଟ୍‌ଡ଼ାଉନ୍ କରାଯାଇଛି । ବିହାର ର ପ୍ରମୁଖ ଚେହେରା ଜିତନରାମ ମାଝୀ,ପପୁ ଯାଦବ ଭୋଟ୍ ଦେଇଛନ୍ତି ।

Bihar assembly elections 47 62 voting till 1 pm

ଦ୍ୱିତୀୟ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୨ଟି ଆସନ ପାଇଁ ମତଦାନ ହେବ । ଏଥିରେ ଗୟା ଜିଲ୍ଲାର ୧୦ଟି ଆସନ, କୈମୁରର ୪ଟି, ରୋହତାସର ୭ଟି, ଔରଙ୍ଗାବାଦର ୬ଟି, ଆରୱାଲରୁ ୨ଟି, ଜେହାନାବାଦର ୩ଟି, ନୱାଡାରୁ ୫ଟି, ଭାଗଲପୁରର ୭ଟି, ବାଙ୍କାରୁ ୫ଟି, ଜମୁଇରୁ ୪ଟି, ସୀତାମଢ଼ିର ୮ଟି, ଶିବହରରୁ ୧ଟି, ମଧୁବଣୀରୁ ୧୦ଟି, ସୁପୌଲରୁ ୫ଟି, ପୂର୍ଣ୍ଣିଆରୁ ୭ଟି, ଆରାରିଆରୁ ୬ଟି, କଟିହାରରୁ ୭ଟି, କିଶନଗଞ୍ଜରୁ ୪ଟି ଆସନ ସହିତ ପୂର୍ବ ଚମ୍ପାରଣର ୧୨ଟି ଏବଂ ପଶ୍ଚିମ ଚମ୍ପାରଣର ୯ଟି ବିଧାନସଭା ଆସନ ସାମିଲ ରହିଛି ।

ସେପଟେ ଆଉ ଏକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି ।

ବିହାରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ରାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ବଗାହାର ୨୨ଟି ଗାଁର ୧୮ଟି ମତଦାନ କେନ୍ଦ୍ରରେ ପ୍ରାୟ ୧୫,୦୦୦ ଭୋଟର ଭୋଟଦାନରୁ ବିରତ ରହିବାକୁ ଜିଦ୍ ଧରିଛନ୍ତି । ରିପୋର୍ଟ ଅନୁଯାୟୀ, ଜଣେ ହେଲେ ମତଦାନ କେନ୍ଦ୍ରକୁ ଆସି ନାହାଁନ୍ତି। ଗ୍ରାମବାସୀମାନେ ସେତୁ, ରାସ୍ତା, ସ୍କୁଲ ଏବଂ ବିଦ୍ୟୁତ୍ ବ୍ୟବସ୍ଥା ଦାବି କରୁଛନ୍ତି ।

ପ୍ରଶାସନ ବିରୋଧରେ ପପୁ ଯାଦବଙ୍କ ଗମ୍ଭୀର ଅଭିଯୋଗ

ବିହାରର ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପୁ ଯାଦବ କହିଛନ୍ତି ଯେ ୪୯ ଏବଂ ୪୫ ନମ୍ବର ପୋଲିଂ ବୁଥ୍ ଲୋକଙ୍କୁ ଭିତରକୁ ଲୋକଙ୍କୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ଭୋଟରମାନଙ୍କ ଉପରେ ଲାଠିଚାର୍ଜ କରାଯାଉଛି। ମୁଁ ଡିଏମଙ୍କ ସହ କଥା ହୋଇଛି। ବର୍ତ୍ତମାନ ଯେଉଁଭଳି ଘଟଣା ଘଟୁଛି ତାହା ଭୁଲ। ଗଣତନ୍ତ୍ରର ଭଲ ପରମ୍ପରା ବଜାୟ ରଖନ୍ତୁ। ମୁଁ କେବଳ ଜାଣେ ଯେ ସୀମାଞ୍ଚଳ ଏବଂ କୋସୀ ସହିତ ଯିଏ ଛିଡା ହେବ ସେ ସରକାର ଗଠନ କରିବ ।

14ରେ ବିହାର ରେଜଲ୍ଟ:

ଆସନ୍ତା 14 ତାରିଖରେ ଭୋଟ ଗଣତି ସହିତ ପ୍ରକାଶ ପାଇବ ବିହାର ବିଧାନସଭା ନିର୍ବାଚନ ଫଳାଫଳ । ସରକାର ଗଢିବା ପାଇଁ ଆରଜେଡି ନେତୃତ୍ବାଧୀନ ମହାମେଣ୍ଟ ଏବଂ ବିଜେପି ନେତୃତ୍ବାଧୀନ ଏନଡିଏ ପୂରା ବଳ ଖଟାଇ ଦେଇଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ 1302 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଗୟା, ବାଗଲପୁର, ମଧୁବନୀ, କଟିହାର, ପୂର୍ଣ୍ଣିଆ, ପଶ୍ଚିମ ଚମ୍ପାରଣ ସମେତ 20 ଜିଲ୍ଲାରେ ମତଦାନ ହେବ । 122 ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ 101 ସାଧାରଣ, 19 ଅନୁସୂଚିତ ଜାତି (ଏସସି) ଏବଂ 2 ଅନୁସୂଚିତ ଜନଜାତି(ଏସଟି) ପାଇଁ ସଂରକ୍ଷିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+