Bihar Assembly Election Result 2025: କାହାର ହେବ ବିହାର, କିଏ ମାରିବ ବାଜି ? NDA vs MGB
କାହାର ହେବ ବିହାର, କିଏ ମାରିବ ବାଜି ? କେଉଁଦଳ ଗଢ଼ିବ ସରକାର ? ଆଜି ସ୍ପଷ୍ଟ ହେବ ବିହାର ଚିତ୍ର । କାରଣ ଆଜି ବିହାର ନିର୍ବାଚନର ଭୋଟ ଗଣତି । ନିର୍ବାଚନ ପରେ ଏବେ ଭୋଟ ଗଣତି ପାଇଁ ପ୍ରସ୍ତୁତି ଚଲାଇଛନ୍ତି ନିର୍ବାଚନ କମିଶନ । ଏକଜିଟ ପୋଲ ରେଜଲ୍ଟ ଆସି ସାରିଥିବା ବେଳେ ଏବେ ଏକଜାଟ ପୋଲ ଉପରେ ସମସ୍ତଙ୍କ ନଜର । ତେବେ ବିହାର ଭୋଟ ଗଣତି କେତେବେଳେ ଆରମ୍ଭ ହେବ ? କେତୋଟି ମତଗଣନା କେନ୍ଦ୍ର କରାଯାଇଛି ? ସୁରକ୍ଷା ବ୍ୟବସ୍ଥା କିପରି କରାଯାଇଛି ? ଆସନ୍ତୁ ନଜର ପକାଇବା ।
ଭୋଟ ଗଣତି ପାଇଁ ବ୍ୟବସ୍ଥା:
ଆସନ୍ତାକାଲି (ଶୁକ୍ରବାର) ବିହାରର 243 ବିଧାନସଭା ଆସନ ପାଇଁ ଭୋଟ ଗଣତି ହେବ । ଭୋଟ ଗଣତି ସକାଳ 8ଟାରୁ ଆରମ୍ଭ ହେବ । ଭୋଟ ଗଣତି ପାଇଁ 38 ଜିଲ୍ଲାରେ 46 ମତଗଣନା କେନ୍ଦ୍ର କରାଯାଇଛି । ପ୍ରତ୍ୟେକ ବିଧାନସଭା ଆସନରେ 14ଟି ଟେବୁଲରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି ।

ସୁରକ୍ଷା ବ୍ୟବସ୍ଥା:
ଭାରତୀୟ ନିର୍ବାଚନ ଆୟୋଗ (ECI)ଙ୍କ ନିର୍ଦ୍ଦେଶକ୍ରମେ ମତଗଣନା କେନ୍ଦ୍ରରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । 60 କମ୍ପାନୀ ସେଣ୍ଟ୍ରାଲ ଆର୍ମଡ୍ ପୋଲିସ ଫୋର୍ସ (CAPF) ବିହାର ସ୍ପେଶାଲ ଆର୍ମଡ୍ ପୋର୍ସ (BSAP) ଓ ଜିଲ୍ଲା ସଶସ୍ତ୍ର ବାହିନୀ ପୋଲିସ କର୍ମଚାରୀଙ୍କୁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯାଇଛି । ଏହାସହ ମତଗଣନା କେନ୍ଦ୍ରର ଚାରିପାଖ ରୋଡକୁ ପୋଲିସ ଦ୍ବାର ବନ୍ଦ କରାଯିବ । କେବଳ ଆମ୍ବ୍ୟୁଲାନ୍ସ, ଅସୁସ୍ଥ ଲୋକଙ୍କୁ ନେଇ ଯାଉଥିବା ଗାଡ଼ି କିମ୍ବା ଅତ୍ୟାବଶ୍ୟକ ସେବା ଯେପରିକି ପୋଲିସ, ECI ଓ ନ୍ୟାୟିକ ସେବା ସହ ଜଡ଼ିତ ଯାନାବାହନ ଯାତାୟତକୁ ଅନୁମତି ଦିଆଯିବ ।
46 ମତଗଣନା କେନ୍ଦ୍ର:
ସାଧାରଣତଃ ଗୋଟିଏ ଜିଲ୍ଲା ମଧ୍ୟରେ ଥିବା ସମସ୍ତ ବିଧାନସଭା ଆସନର ଭୋଟ ଗଣତି ପାଇଁ ଜିଲ୍ଲା ମୁଖ୍ୟାଳୟରେ ମତଗଣନା କେନ୍ଦ୍ର ହୋଇଥାଏ । କିନ୍ତୁ ନିର୍ବାଚନ କମିଶନ ବିହାରର କିଛି ଜିଲ୍ଲା ଏକରୁ ଅଧିକ ମତଗଣନା କେନ୍ଦ୍ର କରିଛନ୍ତି । ଭୌଗୋଳିକ କାରଣରୁ, ଭୋଟରଙ୍କ ସଂଖ୍ୟା ଏବଂ ବିଧାନସଭା ନିର୍ବାଚନମଣ୍ଡଳୀ ସଂଖ୍ୟା ଦୃଷ୍ଟିରୁ କିଛି ଜିଲ୍ଲାରେ ଏକରୁ ଅଧିକ ମତଗଣନା କେନ୍ଦ୍ର କରାଯାଇଛି । ତେଣୁ ବିହାରରେ 46 ମତଗଣନା କେନ୍ଦ୍ର କରାଯାଇଛି । ଭୋଟ ଗଣନା ସକାଳ 8ଟାରେ ଆରମ୍ଭ ହେବ ଏବଂ ପ୍ରଥମରୁ ପୋଷ୍ଟାଲ୍ ବାଲଟ୍ ଗଣତି ଆରମ୍ଭ ହେବ ।
4,372 କାଉଣ୍ଟିଂ ଟେବୁଲ୍:
ଭୋଟ ଗଣନା କେନ୍ଦ୍ରରେ ମୋଟ 4,372 କାଉଣ୍ଟିଂ ଟେବୁଲ୍ ସ୍ଥାପନ କରାଯାଇଛି, ଯେଉଁଥିରେ ଜଣେ କେଉଣ୍ଟିଂ ଅବଜର୍ଭର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଡ ଏବଂ ପ୍ରତ୍ୟେକ ଟେବୁଲ୍ରେ ଜଣେ ମାଇକ୍ରୋ-ଅବଜର୍ଭର ନିୟୋଜିତ ଅଛନ୍ତି । ପ୍ରାର୍ଥୀଙ୍କ ଦ୍ୱାରା ନିଯୁକ୍ତ 18,000ରୁ ଅଧିକ ଏଜେଣ୍ଟ ଗଣନା ପ୍ରକ୍ରିୟା ତଦାରଖ କରିବେ ।
ପାଟନା ଜିଲ୍ଲାର 14ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପୃଥକ ହଲ୍ରେ ଭୋଟ୍ ଗଣନା କରାଯିବ । ପ୍ରତ୍ୟେକ ହଲ୍ରେ 14ଟି ଟେବୁଲ୍ ରହିବ ଏବଂ ସିସିଟିଭି ନଜରରେ ରହିବ ।
ପାଟନା ଜିଲ୍ଲାପାଳ ଥିୟାଗରାଜନ୍ ଏସଏମ କହିଛନ୍ତି, "ନିର୍ଭୁଲ ଗଣନା ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ SOP ଅନୁଯାୟୀ, ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ପର୍ଯ୍ୟାୟ ଗଣନା ଶେଷ ହେବା ପରେ ପ୍ରାର୍ଥୀମାନଙ୍କ ଭୋଟ ଘୋଷଣା କରାଯିବ । A.N. କଲେଜରେ ଲଗାଯାଇଥିବା ଟେଲିଭିଜନ ସ୍କ୍ରିନରେ ମଧ୍ୟ ଏହି ସଂଖ୍ୟା ପ୍ରଦର୍ଶିତ ହେବ ।"
ଏଜେଣ୍ଟମାନଙ୍କୁ ଦିଆଯିବ ଫର୍ମ 17C:
ଅଲଗା ଅଲଗା ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଗଣନା ରାଉଣ୍ଡର ସଂଖ୍ୟା ଭିନ୍ନ ଭିନ୍ନ ରହିଛି । ଗୋଟିଏ ରାଉଣ୍ଡରେ 14ଟି EVM ଗଣନା ହୋଇଥାଏ । ପ୍ରତ୍ୟେକ ଗଣନା କେନ୍ଦ୍ରରେ ଏକ ମିଡିଆ ସେଣ୍ଟର ସ୍ଥାପନ କରାଯାଇଛି, ଯେଉଁଠାରୁ ପ୍ରତ୍ୟେକ ରାଉଣ୍ଡ ଗଣନା ଶେଷ ହେବା ପରେ ଅଧିକାରୀମାନେ ପ୍ରତ୍ୟେକ ପ୍ରାର୍ଥୀ ପାଇଥିବା ଭୋଟ ଘୋଷଣା କରିବେ । ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ନିର୍ବାଚନ ଗଣନା ପାଇଁ ନିୟୋଜିତ କରିଥିବା ଏଜେଣ୍ଟମାନଙ୍କୁ ଫର୍ମ 17C (ପାର୍ଟ I) ପ୍ରଦାନ କରିଛନ୍ତି । ଏହା ECI ଦ୍ୱାରା ପ୍ରଦାନ କରାଯାଇଛି ।
ବିହାର ନିର୍ବାଚନ ନଭେମ୍ବର 6 ଏବଂ 11 ତାରିଖରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ 67.14 ପ୍ରତିଶତ ମତଦାନ ହୋଇଛି ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର












Click it and Unblock the Notifications