Get Updates
Get notified of breaking news, exclusive insights, and must-see stories!

ରାତି ପାହିଲେ ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି: ୩୮ ଜିଲ୍ଲାର ୪୬ ମତଗଣନା କେନ୍ଦ୍ରର କାଉଣ୍ଟିଂ

ବିହାର ବିଧାନସଭାର ୨୪୩ ଆସନରେ ମତଦାନ ଶେଷ ପରେ ଏବେ ଭୋଟ ଗଣତି ପ୍ରସ୍ତୁତି ଚଳାଇଛନ୍ତି ନିର୍ବାଚନ କମିସନ । ଏକଜିଟ୍‌ ପୋଲ ଆସିସାରି ଥିବା ବେଳେ ଏବେ ଏକଜାଟ ପୋଲ ଉପରେ ସମସ୍ତଙ୍କ ନଜର ରହିଛି । ଆସନ୍ତାକାଲି ବିହାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହେବ । ୩୮ ଜିଲ୍ଲାରେ ଭୋଟ ଗଣତି ପାଇଁ ୪୬ଟି ମତଗଣନା କେନ୍ଦ୍ର କରାଯାଇଛି ।

2020ରେ JDU କେବଳ 43ଟି ଆସନ ଜିତି RJD (75) ଏବଂ ବିଜେପି (74) ପରେ ତୃତୀୟ ବୃହତ ଦଳ ହୋଇଗଲା। ତଥାପି NDA ବହୁମତ ହାସଲ କଲା ଏବଂ ବିଜେପି ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କଲା। 2020 ନିର୍ବାଚନ ପ୍ରଚାର ସମୟରେ ନୀତୀଶ କୁମାର କହିଥିଲେ ଯେ, ଏହା ତାଙ୍କର ଶେଷ ନିର୍ବାଚନ ଏବଂ ଏହାର ପ୍ରଭାବରେ ଜେଡିୟୁର ଆସନ ହ୍ରାସ ପାଇଲା। କିନ୍ତୁ ଏଥର ନୀତୀଶ କୁମାର ବିଧାନସଭା ନିର୍ବାଚନ ଦୃଢ଼ତାର ସହ ଲଢ଼ିଛନ୍ତି ଏବଂ ସମାନ ଆସନ (101-101) ପାଇଁ ବିଜେପି ସହିତ ଏକ ବୁଝାମଣା କରିଛନ୍ତି।

ସାଧାରଣତଃ ଗୋଟିଏ ଜିଲ୍ଲାରେ ଥିବା ସମସ୍ତ ବିଧାନସଭା ଆସନର ଭୋଟ ଗଣତି ପାଇଁ ଜିଲ୍ଲା ମୁଖ୍ୟାଳୟରେ ମତଗଣନା କେନ୍ଦ୍ର ହୋଇଥାଏ । କିନ୍ତୁ ନିର୍ବାଚନ କମିସନ ବିହାରର କିଛି ଜିଲ୍ଲା ଏକରୁ ଅଧିକ ମତଗଣନା କେନ୍ଦ୍ର କରିଛନ୍ତି । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରତ୍ୟେକ ବିଧାନସଭା ଆସନରେ ୧୪ଟି ଟେବୁଲରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ଏଥର ପୋଷ୍ଟାଲ ବାଲାଟର ଗଣତି ନିୟମକୁ ପରିବର୍ତ୍ତନ କରାଯାଇଛି । ଶେଷ ଦୁଇ ରାଉଣ୍ଡ ଗଣତି ପୂର୍ବରୁ ପୋଷ୍ଟାଲ ବାଲାଟର ଗଣତି ହେବ । ଯେତେ ଗଣତି ରାଉଣ୍ଡ ଆଗକୁ ବଢିବ ବିଧାନସଭା ଆସନରେ ଫଳାଫଳ ସେତେ ସ୍ପଷ୍ଟ ହେବାରେ ଲାଗିବ । ଅପରାହ୍ଣ ୨ଟା ସୁଦ୍ଧା ବିହାରରେ ସରକାର କିଏ ଗଢ଼ିବ, କେଉଁ ଆସନରେ କିଏ ବିଜୟୀ ହେବ ସ୍ପଷ୍ଟ ଚିତ୍ର ଆସିଯିବା ସମ୍ଭାବନା ରହିଛି ।

Bihar Assembly Election Counting Begins Counting of votes at 46 counting centers in 38 districts

ବିହାର ଜନତା ଦୁଇଟି ପର୍ଯ୍ୟାୟରେ ବମ୍ପର ଭୋଟିଂ କରିଛନ୍ତି । ୧୧ ତାରିଖରେ ମତଦାନ ସରିବା ପରେ ବିଭିନ୍ନ ସଂସ୍ଥାର ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରିପୋର୍ଟ ସାମ୍ନାକୁ ଆସିଥିଲା । ବୁଥ ବାହୁଡ଼ା ମତରେ ଏନଡିଏକୁ ବହୁମତ ଦେଇଛନ୍ତି ବିଭିନ୍ନ ସଂସ୍ଥା । ଗତକାଲି ଆକ୍ସିସ- ମାଇ ଇଣ୍ଡିଆର ଏକଜିଟ ପୋଲରେ ମଧ୍ୟ ଏନଡିଏ ପୁଣି କ୍ଷମତାକୁ ଫେରୁଥିବା କୁହାଯାଇଛି ।

ଆକ୍ସିସ- ମାଇ ଇଣ୍ଡିଆର ଏକଜିଟ ପୋଲ ଅନୁସାରେ ଏନଡିଏକୁ ୧୨୧ରୁ ୧୪୧ ଆସନ, ମହାଗଠବନ୍ଧନକୁ ୯୮-୧୧୮, ଜନ ସୁରାଜକୁ ୦-୨ଟି ଆସନ ଓ ଅନ୍ୟାନ୍ୟ ୧ରୁ ୭ଟି ଆସନ ମିଳିବ । ତେବେ ଆରଜେଡି ପାଇଁ ମଧ୍ୟ ରହିଛି ଖୁସି ଖବର। ଆକ୍ସିସ- ମାଇ ଇଣ୍ଡିଆର ଏକଜିଟ ପୋଲ ଅନୁସାରେ ବିହାରର ସବୁଠୁ ବଡ଼ ଦଳ ଭାବେ ଆରଜେଡି ଉଭା ହେବ । ଆରଜେଡିକୁ ୬୭ରୁ ୭୧ ଆସନ, ଜେଡିୟୁ- ୫୬ରୁ ୬୨ ଆସନ, ବିଜେପି ୫୦ରୁ ୫୬ ଆସନ, କଂଗ୍ରେସ-୧୭ରୁ ୨୧ ଆସନ, ଲୋକ ଜନଶକ୍ତି ପାର୍ଟି- ୧୧ରୁ ୧୬ ଆସନ, ହମ - ୨ରୁ ୩ଟି ଆସନ, ଆରଏଲଏମ- ୨ରୁ ୪ଟି ଆସନ ଓ ଜନ ସୁରାଜକୁ ୦ରୁ ୨ଟି ବିଧାନସଭା ଆସନ ମିଳିବ ବୋଲି ଆକଳନ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+