ଆରମ୍ଭ ହେଲା ଭୋଟ୍ ଗଣତି: ମଧ୍ୟାହ୍ନ ସୁଦ୍ଧା ପ୍ରାରମ୍ଭିକ ଟ୍ରେଣ୍ଡ

ଆରମ୍ଭ ହେଲା ଭୋଟ୍ ଗଣତି । ପୋଷ୍ଟlଲ୍ ବାଲାଟ୍ ପ୍ରଥମେ ଗଣିତି ହେଉଛି । ମଧ୍ୟାହ୍ନ ସୁଦ୍ଧା ପ୍ରାରମ୍ଭିକ ଟ୍ରେଣ୍ଡ ଜଣାପଡିବ । ଏବଂ ସନ୍ଧ୍ୟା ସୁଦ୍ଧା ଫଳାଫଳ କାହା ସପକ୍ଷରେ ଯାଉଛି ତାହା ସ୍ପଷ୍ଟ ହୋଇଯିବ । ତେବେ ବିହାର ଇତିହାସରେ ପ୍ରଥମ ଥର ପାଇଁ ସର୍ବାଧିକ ୬୬.୯୧% ମତଦାନ ହୋଇଛି । ଯେଉଁ ଅଧିକ ଭୋଟିଂ ହୋଇଛି ତାହା କାହା ସପକ୍ଷରେ ଯିବ ତାକୁ ନେଇ ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

୨୪୩ ଆସନକୁ ନେଇ ଗଠିତ ବିହାର ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ରହିଛି ୧୨୨ । ବିହାର ଫଳାଫଳକୁ ନେଇ ୯ଟି ବୁଥ୍‌ ବାହୁଡ଼ା ମତ ଏନ୍‌ଡିଏର ବଡ଼ ବିଜୟ ହେବ ବୋଲି ଆକଳନ କରିଛନ୍ତି । ଏକ୍ସିସ ମାଇଁ ଇଣ୍ଡିଆ ଓ ଟୁଡେଜ ଚାଣକ୍ୟ ଏନ୍‌ଡିଏ ପାଇଁ ସହଜ ବିଜୟ ଆକଳନ କରିଛି । କିନ୍ତୁ କଂଗ୍ରେସ ଏବଂ ଆରଜେଡି ମହାଗଠବନ୍ଧନ ମେଣ୍ଟ ଏଗଜିଟ୍ ପୋଲ ଭୁଲ ପ୍ରମାଣିତ ହେବାର ଆଶା ରଖିଛନ୍ତି । ସେପଟେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ଦଳ କେତେ ପ୍ରତିଶତ ଭୋଟ ପାଉଛି ତାହା ଉପରେ ମଧ୍ୟ ନଜର ରହିଛି । କାରଣ ଏହି ଭୋଟ ବିଜୟ ପାଇଁ ଯଥେଷ୍ଟ ହୋଇନଥିଲେ ମଧ୍ୟ ଅନ୍ୟକୁ ହରାଇବାରେ ସହାୟକ ହୋଇପାରେ । ଶୁକ୍ରବାର ଫଳାଫଳ ଆସିବାକୁ ଥିବା ବେଳେ ବିହାରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

bihar ASSEMBLY ELECTION 2025

ବିହାର ରେଜଲ୍ଟର ପ୍ରଭାବ ୨୦୨୬ରେ ହେବାକୁ ଥିବା ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ ଓ ଆସାମ ବିଧାନସଭା ନିର୍ବାଚନ ଉପରେ ପଡ଼ିବ ବୋଲି ଆଶା କରାଯାଉଛି । ଆଜି ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବ । କିଏ ଆସନ୍ତା ୫ ବର୍ଷ ପାଇଁ ବିହାରରେ ସରକାର କରିବ ତାହା ସ୍ପଷ୍ଟ ହୋଇଯିବ । ପ୍ରାୟ ସବୁ ଏଗଜିଟ୍ ପୋଲ ରିପୋର୍ଟ ମୁତାବକ ଏନଡିଏ ପୁଣି ଥରେ ବିହାରର ସରକାର ଗଠନ କରିବ, ନା ବୁଥ୍‌ ବାହୁଡ଼ା ମତ ଭୁଲ ପ୍ରମାଣିତ ହେବ, ତାହା ଉପରେ ପୂରା ଦେଶର ନଜର ରହିଛି । ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+