Get Updates
Get notified of breaking news, exclusive insights, and must-see stories!

ଭୋଟ୍ ଦେଉଛି ବିହାର; ସକାଳ ୯ଟା ସୁଦ୍ଧା ୧୩.୧୪% ମତଦାନ 

ଭୋଟ୍ ଦେଉଛି ବିହାର । ସକାଳ ୯ଟା ସୁଦ୍ଧା ୧୩.୧୪% ମତଦାନ ।୮ଟି ଜିଲାରେ ୧୨୧ଟି ଆସନରେ ଭୋଟ ଗ୍ରହଣ କରାଯାଉଛି । ୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର । ଆଜି ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ମତଦାନ ପାଇଁ ୪୫,୩୪୧ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ସୁରକ୍ଷା ପାଇଁ ୪,୫୦,୦୦୦ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୧୦ଟି ହଟ୍‌ ସିଟ୍‌ ରହିଛି ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନାଙ୍କ ସମେତ ୧୮ଜଣ ମନ୍ତ୍ରୀଙ୍କ ଭାଗ୍ୟ ବାଜିରେ ଲାଗିଛି । ଆଜିର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ତେଜସ୍ୱୀ ଯାଦବ, ମୈଥିଲି ଠାକୁର, ଖେସାରୀ ଲାଲ ଯାଦବ, ତେଜ ପ୍ରତାପ ଯାଦବ, ଅନନ୍ତ ସିଂହ, ରିତେଶ ପାଣ୍ଡେ, ମହମ୍ମଦ ଶାହାବୁଦ୍ଦିନଙ୍କ ପୁଅ ଓସାମା ଶାହାବଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତିଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଜନତା ।

Bihar ASSEMBLY election 2025 13 14 voter turnout till 9 am

ପ୍ରଥମ ପର୍ଯ୍ୟାୟରେ ସବୁଠାରୁ ଚର୍ଚ୍ଚାରେ ରହିଛି ମହୁଆ ଆସନ, ଏଠାରୁ ତେଜସ୍ୱୀଙ୍କ ବଡ ଭାଇ ତେଜ ପ୍ରତାପ ଯାଦବ ନିର୍ବାଚନ ଲଢୁଛନ୍ତି । ମେଇଦାନରେ ଥିବା ଜେଡିୟୁର ୫୭ଜଣ, ବିଜେପିର ୪୮ଜଣ, ଏଲଜେପିର ୧୩ଜଣ, ମହାଗଠବନ୍ଧନରୁ ଆରଜେଡିା ୭୧, କଂଗ୍ରେସର ୨୪ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+