ସତ ମାନିଲେ ପରୀକ୍ଷାର୍ଥୀ, ଦିନକ ପୂର୍ବରୁ ମିଳିଥିଲା ପ୍ରଶ୍ନ ପତ୍ର
UGC- NET Exam: ସାରା ଦେଶରେ NEET ପରୀକ୍ଷାକୁ ନେଇ ବିବାଦ ଲାଗି ରହିଛି । ଗତ ଜୁନ୍ ୧୮ ତାରିଖରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ଦେଶର ବିଭିନ୍ନ ସହରରେ ହୋଇଥିବା ୟୁଜିସି-ନେଟ୍ ପରୀକ୍ଷାକୁ ରଦ୍ଦ କରାଯାଇଛି । ପରୀକ୍ଷାରେ କିଛି ଅନିୟମିତତା ଥିବା ଅଭିଯୋଗ ହେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏପରି ବଡ଼ ନିଷ୍ପତ୍ତି ନେଇଛି । ଏହାରି ମଧ୍ୟରେ ପରୀକ୍ଷାର୍ଥୀଙ୍କ ଅଶ୍ଚର୍ଯ୍ୟକଲା ପରି ଦାବି ପରେ ଏହି ବିବାଦ ନୂଆ ମୋଡ ନେଇଛି ।

NEET ପରୀକ୍ଷାର ପେପର୍ ଲିକ୍ ହୋଇଥିବା ନେଇ ନିଟ୍ ପରୀକ୍ଷାର୍ଥୀ ଅନୁରାଗ ଯାଦବ ସ୍ୱିକାର କରିଛନ୍ତି ନିକଟରେ ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଛି । ତେବେ ପୋଲିସ ସାମ୍ନାରେ ବୟାନ ରେକର୍ଡ କରିବା ବେଳେ NEET UG ପରୀକ୍ଷାରେ ପେପର୍ ଲିକ୍ ହୋଇଥିବା ନେଇ ସ୍ୱିକାର କରିଛନ୍ତି ଅନୁରାଗ । ସେ କହିଛନ୍ତି, ପରୀକ୍ଷାରେ ଶହେ ପ୍ରତିଶତ ସମାନ ପ୍ରଶ୍ନ ପଚରା ଯାଇଥିଲା । ଏହି ପ୍ରଶ୍ନପତ୍ର ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ତାଙ୍କ ପାଖକୁ ଆସିଥିବା ନେଇ ସେ ଖୁଲାସା କରିଛନ୍ତି ।
ଶିକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, UGC- NETର ଜୁନ ପରୀକ୍ଷର ମଙ୍ଗଳବାର ଶେଷ ହୋଇଥିଲା। ୨ଟି ପର୍ଯ୍ୟାୟରେ ସମଗ୍ର ଦେଶରେ ଓଏମଆର ମୋଡରେ ପରୀକ୍ଷା ହୋଇଥିଲା। ତେବେ ପରୀକ୍ଷାକୁ ନେଇ ଜୁନ ୧୯ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାଶନାଲ ସାଇବର କ୍ରାଇମ ଥ୍ରେଟ ଆନାଲିଟିକ ୟୁନିଟ ଅଫ ଇଣ୍ଡିଆନ ସାଇବର କ୍ରାଇମ କୋର୍ଡିନେସର ସେଣ୍ଟର ପକ୍ଷରୁ କିଛି ତଥ୍ୟ ମିଳିଥିଲା। ପ୍ରାଥମିକ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ପରୀକ୍ଷାର ସ୍ୱଚ୍ଛତାରେ ବୁଝାମଣା ହୋଇଛି। ତେଣୁ ପରୀକ୍ଷାକୁ ରଦ୍ଦ କରାଯାଉଛି।
୨୨ ବର୍ଷିୟ ଅନୁରାଗ ବିହାର ବାସିନ୍ଦା । ନେଟ୍ ପରୀକ୍ଷା ବିବାଦରେ ତାଙ୍କୁ ଗିରଫ କରାଯାଇଛି । ଅନୁରାଗଙ୍କ କହିବା ଅନୁସାରେ, ତାଙ୍କ ପିଉସା ଏହି ସେଟିଂ କରିଥିଲେ, ତାଙ୍କୁ କୋଟାରୁ ପାଟନା ଡକା ଯାଇଥିଲା । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପୂର୍ବ ଦିନ ରାତିରେ ମିଳିଯାଇଥିଲା । ସେହିପରି ଅନୁରାଗ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ସ୍ୱୀକାରୋକ୍ତି ପତ୍ର ମଧ୍ୟ ଦେଇଛନ୍ତି ।












Click it and Unblock the Notifications