ପୁଣି ବିହାରରେ 5 ଜୀବନ ନେଲା ବିଷାକ୍ତ ମଦ
ବିହାରରେ ଏତେ ନିୟମ କଡାକଡି ହେବା ପରେ ବି ସରଣ ଜିଲ୍ଲାରୁ ଆସିଛି ପୁଣି ମଦ ମୃତ୍ୟୁ ଅଭିଯୋଗ । ମଦ ପିଇ 5 ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି ।
ପାଟନା: ବିହାରରେ ଏତେ ନିୟମ କଡାକଡି ହେବା ପରେ ବି ସରଣ ଜିଲ୍ଲାରୁ ଆସିଛି ପୁଣି ମଦ ମୃତ୍ୟୁ ଅଭିଯୋଗ । ମଦ ପିଇ 5 ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଏନେଇ ପ୍ରଶାସନ ପକ୍ଷରୁ କୈଣସି ସ୍ପଷ୍ଟୀକରଣ ମିଳିନାହିଁ। 4 ଜଣ ମୃତକ ମରହୋରା ଅଞ୍ଚଳର ଥିବା ବେଳେ ଅନ୍ୟ ଜଣେ ମୃତକ ଗଡକାର ବୋଲି ଜଣାପଡିଛି ।

ସୂଚନା ଅନୁସାରେ,ବିହାରରେ ସରଣ ଜିଲ୍ଲା ଭୁଆଲପୁର ଗାଁରେ ବିଷାକ୍ତ ମଦ ପିଇ 5 ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ପରେ ତାଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି 4 ଜଣଙ୍କ ପ୍ରାଣହାନୀ ହୋଇଛି।
ବିହାରରେ ମଦ ବ୍ୟାନ ଥିବା ବେଳେ ରାଜ୍ୟକୁ କେଉଁଠୁ ମଦ ଆସୁଛି ସେନେଇ ତଦନ୍ତ ଚଳାଇଛି ପୋଲିସ । ଏହା ପୂର୍ବରୁ ମଧ୍ୟ ଅଗଷ୍ଟ 3 ରେ ବିଷାକ୍ତ ମଦ ପିଇ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 16ରୁ ଅଧିକ ଅସୁସ୍ଥ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ଗତ ଗୋଟିଏ ବର୍ଷ ମଧ୍ୟରେ ବିଷାକ୍ତ ମଦ ପିଇ ପ୍ରାୟ 173 ଜଣଙ୍କ ଜୀବନ ଯାଇଛି। ତେବେ ଜାନୁୟାରୀ 2022ରେ, ବିହାରର ବକ୍ସର, ସରଣ ଏବଂ ନାଳନ୍ଦା ଜିଲ୍ଲାରେ ମଦ ମୃତ୍ୟୁ ସଂଖ୍ୟା ବଢି ପ୍ରାୟ 36 ରେ ପହଞ୍ଚିଛି ।












Click it and Unblock the Notifications