ଲଣ୍ଡନରେ ଏକାଠି ଦିଶିଲେ ଦେଶର ଦୁଇ ପଳାତକ
ଦେଶର ଦୁଇ ପଳାତକ ଲଳିତ ମୋଦୀ ଓ ବିଜୟ ମାଲ୍ୟା ଏକ ଭିଡ଼ିଓରେ ଏକାଠି ଦେଖା ଯାଇଛନ୍ତି । ଭିଡିଓଟି ଲଣ୍ଡନରେ ବିଜୟ ମାଲ୍ୟାଙ୍କ ଜନ୍ମଦିନରେ କରାଯାଇଛି । ଭିଡିଓ ଅନୁସାରେ, ଲଳିତ ମୋଦୀ ଲଣ୍ଡନରେ ବିଜୟ ମାଲ୍ୟାଙ୍କ ୭୦ତମ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ । ପାର୍ଟିରେ ଯୋଗଦେବା ସମୟର ଏକ ଭିଡିଓ କରି ଏହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓଟି ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଲଳିତ ମୋଦୀ କହୁଛନ୍ତି ଯେ, ଆମେ ଦୁଇ ପଳାତକ, ଭାରତର ସବୁଠାରୁ ବଡ଼ ପଳାତକ ।













Click it and Unblock the Notifications