ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କଲେ ୬୦ ମାଓବାଦୀ

୬୦ଜଣ ମାଓବାଦୀ କଲେ ଆତ୍ମସମର୍ପଣ। ଆରମ୍ଭ ହେଲା ମାଓବାଦୀଙ୍କ ଅସ୍ତ୍ର ତ୍ୟାଗ ପ୍ରକ୍ରିୟା । ସିସି ମେମ୍ବର ମଲ୍ଲାଜୁଲା ବେଣୁଗୋପାଳଙ୍କ ସମେତ ୬୦ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ବେଣୁଗୋପାଳ ଓରଫ ସୋନୁ ଦାଦା ଓରଫ ଭୂପତି ଓରଫ ଅଭୟ । ଏଭଳି ଭିନ୍ନ ଭିନ୍ନ ନାମରେ ପରିଚିତ ଥିଲା ବେଣୁଗୋପାଳ। ତାଙ୍କ ନାମରେ ୧କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

୬୦ଜଣ ମାଓବାଦୀ ଗଡ଼ଚିରୌଲି ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ୫୦ଟି ଅସ୍ତ୍ରଶସ୍ତ୍ର ସହ ସେମାନେ ଆତ୍ମସମର୍ପଣ କରିଥିବା ଜଣାଯାଇଛି।

naxal

ଆତ୍ମସମର୍ପଣ ପୂର୍ବରୁ ସୋନୁ ଦାଦା ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିବୁ ବୋଲି ପ୍ରେସ ବିଜ୍ଞପ୍ତି ଜାରି କରିଥିଲେ। ଏହି ବିଜ୍ଞପ୍ତି ପରେ ମାଓବାଦୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ବେଣୁଗୋପାଳ କେନ୍ଦ୍ରୀୟ କମିଟି ପ୍ରବକ୍ତା ଭାବେ ଦାୟିତ୍ବ ତୁଲାଉ ଥିଲେ ବୋଲି ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+