ରଣବୀର ଆଲ୍ଲାବାଦିଆଙ୍କ ଘରେ ପୋଲିସ, ମାତାପିତାଙ୍କୁ ନେଇ କରିଥିଲେ ଅଶ୍ଳିଳ କମେଣ୍ଟ
Ranveer Allahbadia: ବଢୁଛି ରଣବୀର ଆଲ୍ଲାବାଦିଆଙ୍କ ଚିନ୍ତା । ୟୁଟ୍ୟୁବରଙ୍କ ଘରେ ଆଜି 5 ଜଣିଆ ପୋଲିସ ଅଧିକାରୀଙ୍କ ଏକ ଦଳ ଅପରାହ୍ନରେ ପହଞ୍ଚିଛି । ମୁମ୍ବାଇର ଭର୍ସୋଭାରେ ଥିବା YouTuber ଏବଂ ପୋଡକାଷ୍ଟରଙ୍କ ଘରେ ପହଞ୍ଚି ପୋଲିସ । ରଣବୀର ଆଲ୍ଲାବାଦିଆ ପିତାମାତାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟକୁ ନେଇ ବିବାଦ ଘେରରେ ଅଛନ୍ତି ।

ସୂଚନା ଅନୁସାରେ, ଆସାମ ପୋଲିସ ରଣବୀର ଆଲ୍ଲାବାଦିଆ ଏବଂ ସମୟ ରୈନାଙ୍କ ସମେତ 5 ଜଣଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ 5 ଜଣଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରିଛି।
#WATCH | Maharashtra: Two police officials from Versova Police Station leave from the residence of YouTuber Ranveer Allahabadia.
On being asked about a complaint filed against Ranveer Allahabadia, a police official says "We do not have any information regarding this. As a beat… pic.twitter.com/uYwYz0rLJP
— ANI (@ANI) February 11, 2025
କେନ୍ଦ୍ର ସରକାରଙ୍କ ନୋଟିସ ପରେ, YouTube ହାସ୍ୟ ଅଭିନେତା ସମୟ ରୈନାଙ୍କ ଶୋ' 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍'ର ବିବାଦୀୟ ଏପିସୋଡ୍ ହଟାଇ ଦେଇଛି, ଯେଉଁଥିରେ ପ୍ରସିଦ୍ଧ ପୋଡକାଷ୍ଟର ରଣବୀର ଆଲ୍ଲାବାଦିଆ ମାତାପିତାଙ୍କୁ ନେଇ ଅଶ୍ଳୀଳ କମେଣ୍ଟ କରିଥିଲେ । ଲୋକମାନେ ମଧ୍ୟ ଏପରି କମେଣ୍ଟର ବିରୋଧ କରିଥିଲେ । ତାଙ୍କ ବିରୁଦ୍ଧରେ ଅଶ୍ଳୀଳତାର ଅଭିଯୋଗ ଆଣି ଅନେକ ଅଭିଯୋଗ ଦାଖଲ କରାଯାଇଛି।
ଏହା ବ୍ୟତୀତ ଆସାମ ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ତାଙ୍କ x ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେଥିରେ ସେ କହିଛନ୍ତି ଯେ ରଣବୀର ଆଲ୍ଲାବାଦିଆଙ୍କ ସହିତ ଆଶିଷ ଚଞ୍ଚଲାନି, ଜସପ୍ରୀତ ସିଂହ, ଅପୂର୍ବ , ସମୟ ରୈନା ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମଧ୍ୟ ଏଫଆଇଆର ରୁଜୁ କରାଯାଇଛି। ଷ୍ଟାଣ୍ଡ-ଅପ୍ କମେଡିଆନ ସମୟ ରୈନାଙ୍କ ଶୋ 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'ର ଏକ ସାମ୍ପ୍ରତିକ ଏପିସୋଡ୍ରେ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଆସାମ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।












Click it and Unblock the Notifications