ବଡ ଆତଙ୍କବାଦୀ ଧମକ,ମୁମ୍ବାଇରେ ୫୦ରୁ ଅଧିକ ଡାକ୍ତରଖାନାକୁ ବୋମାରେ ଉଡାଇ ଦେବାକୁ ଧମକ
ମହାରାଷ୍ଟ୍ର ମୁମ୍ବାଇ ସହରର ଅନେକ ଡାକ୍ତରଖାନାକୁ ବୋମା ଯୋଗେ ଉଡ଼ାଇ ଦେବାକୁ ଧମକ ମିଳିଛି। ଏହାପରେ ମୁମ୍ବାଇ ପୋଲିସ ଆଲର୍ଟ ହେବା ସହ ସମସ୍ତ ସ୍ଥାନଗୁଡ଼ିକର ଯାଞ୍ଚ କରୁଛି। ତେବେ ଏଯାବତ ଡାକ୍ତରଖାନାରୁ ସେଭଳି କିଛି ସନ୍ଦେହଜନକ ମିଳିନାହିଁ।

ରିପୋର୍ଟ ମୁତାବକ, ମୁମ୍ବାଇର ୫୦ରୁ ଅଧିକ ଡାକ୍ତରଖାନାକୁ ବୋମା ଯୋଗେ ଉଡାଇ ଦେବାକୁ ଧମକ ମିଳିଛି। ଭିପିଏନ୍ ନେଟଓ୍ବାର୍କ ବ୍ୟବହାର କରି ଧମକପୂର୍ଣ୍ଣ ଇମେଲ ପଠାଯାଇଛି। ତେବେ ଇମେଲ ପଠାଇଥିବା ବ୍ୟକ୍ତି ଏବଂ ଧମକର କାରଣ ଏଯାବତ ଜଣାପଡ଼ିନାହିଁ। ଭିପିଏନ୍ ନେଟଓ୍ବାର୍କ ପାଇଁ ଅଭିଯୁକ୍ତଙ୍କ ଯାଏ ପହଞ୍ଚିବା କଷ୍ଟକର ହୋଇଛି।
ଏହାପୂର୍ବରୁ ଦେଶର ୪୧ ବିମାନବନ୍ଦରକୁ ମଙ୍ଗଳବାର ବୋମା ଯୋଗେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇମେଲ ମିଳିଥିଲା। ଏହା ପରେ ସୁରକ୍ଷା ଏଜେନ୍ସିମାନଙ୍କ ଦ୍ୱାରା ଘଣ୍ଟା ଘଣ୍ଟା ଧରି ସର୍ଚ୍ଚ ଅପରେଶନ କରାଯାଇଥିଲା। ହେଲେ ସବୁଗୁଡ଼ିକ ଗୁଜବ ବୋଲି ଜଣାପଡ଼ିଥିଲା।












Click it and Unblock the Notifications