ଲାଲଗଡରେ ଲାଲବାହିନୀର ବଡ଼ ସରେଣ୍ଡର: ଜଗଦଲପୁରରେ 210 ନକ୍ସଲଙ୍କ ଆତ୍ମସମର୍ପଣ

ଲାଲ ବାହିନୀଙ୍କୁ ଶକ୍ତ ଝଟ୍‌କା । ଛତିଶଗଡରେ ହିଂସା ଛାଡି ରେକର୍ଡ ସଂଖ୍ୟକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଜଗଦଲପୁରରେ 210 ମାଓବାଦୀ ବନ୍ଧୁକ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ମାଓବାଦୀ ଏକକାଳୀନ ଆତ୍ମସମର୍ପଣ କରିଛନ୍ତି । ଯାହାକି ବସ୍ତର ପାଇଁ ଐତିହାସିକ ଦିନ ସାବ୍ୟସ୍ତ ହୋଇଛି । ସମସ୍ତ ନକ୍ସଲଙ୍କୁ ଗୋଲାପ ଦେଇ ସ୍ବାଗତ କରାଯାଇଛି ।

ଆଜି ବସ୍ତର ପାଇଁ ଐତିହାସିକ ଦିନ । ଏତେ ସଂଖ୍ୟକ ନକ୍ସଲ ଏକକାଳୀନ ବନ୍ଧୁକ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ସେମାନଙ୍କୁ ଗୋଲାପ ଦେଇ ସ୍ବାଗତ କରିଛନ୍ତି ଅଧିକାରୀ । ଏହି କାର୍ଯ୍ୟକ୍ରମରେ ଡିଜିପି ଅରୁଣଦେବ ଗୌତମ, ଏଡିଜି ବିବେକାନନ୍ଦ ସିହ୍ନା, ବିଏସଏଫ ଏଡିଜି, ସିଆରପିଏଫ ଏଡିଜି, ବସ୍ତର ଆଇଜି, ବସ୍ତର ଡିଆଇଜି, ବସ୍ତର ଏସପି, ବସ୍ତର ଜିଲ୍ଲାପାଳ ସାମିଲ ଅଛନ୍ତି । ଜଗଦଲପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଉପସ୍ଥିତ ଥିଲେ । ଆଜି ଏକ ଐତିହାସିକ ଦିନ ବୋଲି ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଛତିଶଗଡ଼ର ପୋଲିସ ହେଡକ୍ବାର୍ଟରରେ ଡିଜିପିଙ୍କ ଉପସ୍ଥିତିରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ଲାଲବାହିନୀର 210 ସଦସ୍ୟ । ଯେଉଁଥିରେ ସେଣ୍ଟ୍ରାଲ କମିଟିର ସଦସ୍ୟ ବାସୁଦେବ ରାଓ ଓରଫ ସତୀଶ, ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ସଦସ୍ୟ ରଣିତ ଓରଫ ସନ୍ତୁଙ୍କ ସହ ଡିଭିଜିନାଲ କମିଟିର 20ରୁ ଊର୍ଦ୍ଧ୍ବ ସଦସ୍ୟ, 30ରୁ ଅଧିକ ଏରିଆ କମିଟି ମେମ୍ବର ଓ ଅନ୍ୟ କ୍ୟାଡର ବି ସାମିଲ ଅଛନ୍ତି । ଏହା ସହ ଜଗଦଲପୁରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

4ଟି ବସ୍‌ରେ ଆସିଲେ ମାଓବାଦୀ:

ତେବେ ଆତ୍ମସମର୍ପଣ କରିବାକୁ ଥିବା ମାଓବାଦୀ 4ଟି ବସରେ ଜଗଦଲପୁରରେ ପହଞ୍ଚି ଥିଲେ । ଏହା ପରେ ସେମାନଙ୍କ ଠାରୁ ହତିଆର ନେଇ କାର୍ଯ୍ୟକ୍ରମ ସ୍ଥଳରେ ରଖାଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ଦେଶ ପାଇଁ ଏକ ଐତିହାସିକ ଦିନ ।

ଗତ 15 ଅକ୍ଟୋବରରେ ନକ୍ସଲ ଆନ୍ଦୋଳନର ଶୀର୍ଷ ନେତା ଓ ପୋଲିତ ବ୍ୟୁରୋ ସଦସ୍ୟ ବେଣୁ ଗୋପାଳ ରାଓ ଓରଫ ଭୂପତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗଡଚିରୋଲିରେ ଆତ୍ମସମର୍ପଣ କରିଥିଲେ । ସେହିଦିନ ରାବଘାଟ କମିଟିର 50 ସଦସ୍ୟ ଜଙ୍ଗଲ ଦେଇ କାଙ୍କେର ଜିଲ୍ଲାରେ ପହଞ୍ଚି ଥିଲେ । ଗତକାଲି ମାଓ ଡିଭିଜନର ପୂରା ଟିମ୍‌ ଅମ୍ବୁଜାମାଡ ଜଙ୍ଗଲରୁ ବାହାରି ଇନ୍ଦ୍ରାବତୀ ନଦୀ ପାର୍‌ କରି 4ଟି ବସରେ ଜଗଦଲପୁର ପୋଲିସ ମୁଖ୍ୟାଳୟରେ ପହଞ୍ଚି ଥିଲେ । ଯାହାର ନେତୃତ୍ବ ନେଇଥିଲେ ବାସୁଦେବ ରାଓ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+