Get Updates
Get notified of breaking news, exclusive insights, and must-see stories!

ସୁରକ୍ଷା ବାହିନୀକୁ ବଡ ସଫଳତା ଘଞ୍ଚ ଜଙ୍ଗଲରେ ଜବତ ହେଲା ରାଇଫଲ ଏବଂ ଗୁଳି

ସୁରକ୍ଷା ବାହିନୀକୁ ବଡ ସଫଳତା । ଜଙ୍ଗଳରେ ଚାଲିଥିଲା ଆତଙ୍କୀ କାର୍ଯ୍ୟକଳାପ । ଚଢଉ କରି ଆତଙ୍କୀଙ୍କ ଆଡ୍ଡାକୁ ଧ୍ୱଂସ କରିଛି ଜମ୍ମୁ କାଶ୍ମୀରର ସ୍ପେଶାଲ ଓପରେସନ ଗ୍ରୁପ୍ । ରବିବାର ଗୁଇନ୍ଦା ସୂଚନା ଆଧାରରେ ଦୋବା ଜିଲ୍ଲାର ଭଲାରା ଜଙ୍ଗଲରୁ ବିପୁଳ ମାତ୍ରାରେ ଗୁଳିଗୋଳା ଏବଂ ରାଇଫଲ ଜବତ କରିଛନ୍ତି ସୁରକ୍ଷାକର୍ମୀ ।

ରିପୋର୍ଟ ଅନୁସାରେ, ଜମ୍ମୁ ଏସଓଜି ଟିମକୁ ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏପରିକି ସେମାନେ ବେସ କ୍ୟାମ୍ପ କରି କିଛି ବଡ ଧରଣର ଯୋଜନା ପ୍ରସ୍ତୁତ କରୁଥିବା ରିପୋର୍ଟ ମିଳିଥିଲା । ଯାହାର ଆଧାରରେ ଜଙ୍ଗଲରେ ଏସଓଜି ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

army

ସର୍ଚ୍ଚ ଅପରେସନରେ ସୁରକ୍ଷାବାହିନୀକୁ ଗୋଟିଏ ଏସଏଲଆର ରାଇଫଲ ଏବଂ୨୨ଟି ଜୀବନ୍ତ ଗୁଳି ମିଳିଛି । ଏସଓଜି ପକ୍ଷରୁ କୁହାଯାଇଛି ଯେ, ସର୍ଚ୍ଚ ଅପରେସନରେ ସଫଳତା ମିଳିଛି । ଯାହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକାଯାଇପାରିବ । ଦୋବା ଜିଲ୍ଲାର ସମସ୍ତ ଅଞ୍ଚଳରେ ଶାନ୍ତି ରକ୍ଷା ପାଇଁ କାଶ୍ମୀର ପୋଲିସ ନିରନ୍ତର ପ୍ରୟାସ କରୁଛି । ଆଗକୁ ମଧ୍ୟ କିଛି ଜଙ୍ଗଲରେ କମ୍ବିଂ ଅପରେସନଜାରି ରହିବ ବୋଲି ଏସଓଜି କହିଛି ।

ଏହାପୂର୍ବରୁ ନଭେମ୍ବରରେ ସୋପିଆନ୍ ପୋଲିସ ଦୋବା ଜିଲ୍ଲାର ଅନେକ ଜାଗାରେ ଚଢଉ କରିଥିଲା । ଏଠାରେ ଜମାତ-ଏ-ଇସଲାମିର ନେଟଓ୍ୱର୍କ ସକ୍ରିୟ ରହିଛି । ଏହାକୁ ଭାରତରେ ବ୍ୟାନ୍ କରାୟାଇଛି ।ତଥାପି ପାକିସ୍ତାନ ପ୍ରରୋଚନାରେ ଆତଙ୍କବାଦୀ ସଙ୍ଗଠନ ଜମାତ୍ କାଶ୍ମୀରର ଅନେକ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+