ସୁରକ୍ଷା ବାହିନୀକୁ ବଡ ସଫଳତା, ୨୬ ମାଓବାଦୀଙ୍କ ଆତ୍ମସମର୍ପଣ
ଛତିଶଗଡର ସୁକମା ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ ସଫଳତା। ଆତ୍ମସମର୍ପଣ କରିଛନ୍ତି ୨୬ ମାଓବାଦୀ। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ୧୩ ଜଣଙ୍କ ମୁଣ୍ଡ ପାଇଁ ମୋଟ ୬୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ମାଓ ସଂଗଠନରେ ସକ୍ରିୟ ସାତ ଜଣ ମହିଳା ସମେତ ୨୬ ଜଣ ମାଓବାଦୀ ଆଜି ସୁକମା ଜିଲ୍ଲା ପୋଲିସ ଅଧିକ୍ଷକ କିରଣ ଚଭନ ଏବଂ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଆତ୍ମସମର୍ପଣ କରିଥିବା ୧୩ ଜଣ ମାଓବାଦୀଙ୍କ ଉପରେ ମୋଟ ୬୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ନକ୍ସଲବାଦୀ ସିଆରସି କମ୍ପାନୀରେ ପ୍ଲାଟୁନ ୨ର ଡେପୁଟି କମାଣ୍ଡର ଲାଲି ଓରଫ ମୁଚାକି ଆୟତେ (୩୫) ମଧ୍ୟ ସେଥି ମଧ୍ୟରେ ଅଛନ୍ତି, ତାଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସମସ୍ତ ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ରାଜ୍ୟ ସରକାରଙ୍କ ପୁନର୍ବାସ ନୀତି 'ଛତିଶଗଡ଼ ନକ୍ସଲ ଆତ୍ମସମର୍ପଣ/ପିଡ଼ିତ ରିଲିଫ୍ ପୁନର୍ବାସ ନୀତି-୨୦୨୫' ଅଧୀନରେ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ପ୍ରୋତ୍ସାହନ ରାଶି, ଘୋଷଣା କରାଯାଇଥିବା ପୁରସ୍କାର ରାଶି ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ।












Click it and Unblock the Notifications