ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୨୪ ନକ୍ସଲ
Chatisgarh News: ଛତିଶଗଡ଼ ବିଜାପୁରରେ ଆତ୍ମସମର୍ପଣ କରିଛନ୍ତି ୨୪ ମାଓବାଦୀ । ଯେଉଁମାନଙ୍କ ମଧ୍ୟରେ ୧୪ ଜଣ ମାଓବାଦୀଙ୍କ ଉପରେ ୨୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଏପ୍ରିଲ ୨୧ ତାରିଖରୁ ତେଲେଙ୍ଗାନା ସୀମା ବିଜାପୁରରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା ଯାହା ପରେ ଲଗାତାର ମାଓ ସମର୍ପଣ କରୁଥିବା ନେଇ ସୂଚନା ରହିଛି । ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ପୂର୍ବ ବସ୍ତର ସମ୍ଭାଗ, ପଶ୍ଚିମ ବସ୍ତର ସମ୍ଭାଗ ସଙ୍ଗଠନ ଏବଂ ପରତାପୁର ଏରିଆ କମିଟି ସହ ସମ୍ପୃକ୍ତ ଥିଲେ।

ବିଜାପୁର ପୋଲିସ ଅଧୀକ୍ଷକ ଜିତେନ୍ଦ୍ର କୁମାର ଯାଦବଙ୍କ ଦେଇଥିବା ସୂଚନା ଅନୁସାରେ, ସରେଣ୍ତର କରିଥିବା ମାଓବାଦୀ ମାଓ ଚିନ୍ତା ଧାରା, ଏବଂ ଲୋକଙ୍କ ଉପରେ ହେଉଥିବା ଅଯଥା ଅତ୍ୟାଚାରକୁ ନେଇ ଅତିଷ୍ଠ ହୋଇପଡିଥିଲେ । ଯେଉଁଥି ପାଇଁ ସେମାନେ ସରେଣ୍ତର କରିବାର ନିଷ୍ପତ୍ତି ନେଇଥିଲେ ।












Click it and Unblock the Notifications