ଆତ୍ମସମର୍ପଣ କଲେ ୨୦ ହାର୍ଡକୋର ମାଓବାଦୀ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାରେ ପୋଲିସକୁ ମିଳିଲା ବଡ଼ ସଫଳତା । ୨୦ ଜଣ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ୯ ଜଣ ମହିଳା ମାଓବାଦୀ ରହିଛନ୍ତି । ମାଓବାଦୀଙ୍କ ନାଁରେ ଥିଲା ୩୩ ଲକ୍ଷ ଟଙ୍କା ପୁରସ୍କାର । ଏମାନଙ୍କ ମଧ୍ୟରୁ ଅନେକ ମାଓବାଦୀ ବଡ଼ ବଡ ହିଂସା କାଣ୍ଡରେ ସାମିଲ ଥିଲେ । ଦୁଇ ଜଣ ମାଓ ନେତାଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର ଆଠ ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

naxal

ହେଲେ ଛତିଶଗଡରେ ଏବେ ମାଓ ଦମନ ଅପରେସନକୁ ଜୋରଦାର କରିଥିବା ବେଳେ ଭୟବିତ ମାଓ ସଂଗଠନ। ଏବେ ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେଉଛନ୍ତି । ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଛି । ପରବର୍ତ୍ତୀ ସମୟରେ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ସୁକୁମା ଏସପି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+