ଉତ୍ତରାଖଣ୍ଡ ସରକାରଙ୍କ ବଡ଼ ପଦକ୍ଷେପ, ବାହାର ରାଜ୍ୟ ଗାଡ଼ିଠାରୁ ନିଆଯିବ ଗ୍ରୀନ ଟ୍ୟାକ୍ସ

ଉତ୍ତରାଖଣ୍ଡ ସରକାର ପର୍ଯ୍ୟାବରଣ ସଂରକ୍ଷଣ ଏବଂ ପ୍ରଦୂଷଣ ନିୟନ୍ତ୍ରଣକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ବାହାର ରାଜ୍ୟରୁ ଯାଉଥିବା ଗାଡ଼ିରେ ଗ୍ରୀନ ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ପରିବହନ ବିଭାଗ ଅଧିକାରୀଙ୍କ ଅନୁସାରେ, ଏହି ବ୍ୟବସ୍ଥା ଡିସେମ୍ବର ମାସରୁ ଲାଗୁ ହେବ । ଏହି ଟ୍ୟାକ୍ସର ଉଦ୍ଦେଶ୍ୟ ରାଜ୍ୟର ସ୍ବଚ୍ଛତା, ପରିବେଶ ସନ୍ତୁଳନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ସୁନିଶ୍ଚିତ କରିବା ହେବ ।

Uttarakhand government

ରାଜ୍ୟ ପରିବହନ ଅଧିକାରୀ ସନତ କୁମାର ସିଂ କହିଛନ୍ତି, ରାଜ୍ୟ ସୀମାରେ ଅଟୋମେଟିକ ନମ୍ବର ପ୍ଲେଟ୍ ରେକଗ୍ନିଶନ କ୍ୟାମେରା ଲଗାଯିବ । ଯାହା ବାହାରୁ ଆସୁଥିବା ଗାଡ଼ିକୁ ରେକର୍ଡ କରିବ । ପୂର୍ବରୁ ଏହି କ୍ୟାମେରା ୧୬ଟି ଲଗାଯାଇଥିଲା, ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୩୭ ହୋଇଛି ।

ପରିବହନ ଅଧିକାରୀ ଆହୁରି କହିଛନ୍ତି, ପରିବହନ ବିଭାଗ ଟ୍ୟାକ୍ସ ଆଦାୟ ପାଇଁ ଏକ ପ୍ରାଇଭେଟ କମ୍ପାନୀକୁ ରେଜିଷ୍ଟ୍ରେସନ କରିଛି । କ୍ୟାମେରା ଜରିଆରେ ମିଳୁଥିବା ଡାଟାକୁ ସପ୍ଟେଓେ୍ବର ମାଧ୍ୟମରେ ଏହି କମ୍ପାନୀକୁ ପଠାଯିବ । ତା'ପରେ ଗାଡ଼ି ଉତ୍ତରାଖଣ୍ଡ କି ନାହିଁ, କୌଣସି ସରକାରୀ କିମ୍ବା ବାଇକ୍ ଉପରେ ଟ୍ୟାକ୍ସ ଲାଗିବ ନାହିଁ । ଏହା ସମ୍ବନ୍ଧୀୟ ସୂଚନା ଜାଣିବା ପାଇଁ ଏନପିସିଆଇ ଡାଟାବେସକୁ ପଠାଯିବ । ଏହାପରେ ମାଲିକର ୱାଲେଟ ନମ୍ବର ଖୋଜାଯାଇ ନିର୍ଦ୍ଧାରିତ ରାଶି ଆପେ ଆପେ ଉତ୍ତରାଖଣ୍ଡ ପରିବହନ ବିଭାଗ ଆକାଉଣ୍ଟରେ ଜମା ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+