ପିଏମ୍ ଓ ସିଏମ କିଷାନକୁ କୃଷି ସଚିବଙ୍କ ବଡ଼ ବୟାନ ; ପୁଣିଥିରେ ଆବେଦନ ...
ପିଏମ୍ ଓ ସିଏମ କିଷାନକୁ ନେଇ ଖୁସି ଖବର। ବଡ ବୟାନ ଦେଲେ କୃଷି ସଚିବ ଅରବିନ୍ଦ ପାଢୀ। ସେ କହିଛନ୍ତି,ଯୋଜନାରୁ ବାଦ ପଡିଥିଲେ ପୁଣି ସାମିଲ ହୋଇପାରିବେ ଚାଷୀ । ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କୁ ପିଏମ୍ କିଷାନ ଯୋଜନାରେ ସାମିଲ କରାଯିବ । ଜନସେବା କେନ୍ଦ୍ରକୁ ଯାଇ ଏ ନେଇ ପୁଣିଥିରେ ଆବେଦନ କରିପାରିବେ

ଚାଷୀଙ୍କ ପାଇଁ ଆସିଲା ଖୁସି ଖବର । ଆକାଉଣ୍ଟକୁ ଟଙ୍କା ପଠାଇଲେ କେନ୍ଦ୍ର ସରକାର । ଆଜି ପିଏମ କିସାନ ସମ୍ମାନ ନିଧି ଟଙ୍କା ଆକାଉଣ୍ଟକୁ ପଠାଇଛନ୍ତି ମୋଦି ସରକାର । ଯଦି ଆପଣ ପିଏମ କିସାନ ହିତାଧିକାରୀ, ତେବେ ଜଲଦି ଆପଣଙ୍କ ଆକାଉଣ୍ଟ ଚେକ୍ କରନ୍ତୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍-କିସାନ ଯୋଜନାର ୧୮ତମ କିସ୍ତି ବାବଦରେ ୨୦ ହଜାର କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି।
ଦେଶର ୯.୪ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨,୦୦୦ ଟଙ୍କା ଲେଖାଏ ଯାଇଛି। ମହାରାଷ୍ଟ୍ରର ଓ୍ବାଶିମ୍ଠାରେ ଏକ କାର୍ଯ୍ୟକ୍ରମରେ ଏହି ଅର୍ଥ ରାଶି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଜରିଆରେ ପଠାଇଛନ୍ତି ମୋଦି।
ମହାରାଷ୍ଟ୍ରର ଚାଷୀ ରାଜ୍ୟର ନମୋ ଶେତ୍କରୀ ମହାସମ୍ମାନ ନିଧି ଯୋଜନାରେ ଅତିରିକ୍ତ ୨,୦୦୦ କୋଟି ଟଙ୍କା ପାଇବେ। ପିଏମ୍-କିଷାନ ଯୋଜନା ୨୦୧୯ ଫେବୃଆରୀ ୨୪ରେ ଆରମ୍ଭ ହୋଇଥିଲା।
ଉକ୍ତ ଯୋଜନାରେ ହିତାଧିକାରୀ ଚାଷୀମାନଙ୍କୁ ବାର୍ଷିକ ୬,୦୦୦ ଟଙ୍କା ୩ଟି ସମାନ କିସ୍ତିରେ ପ୍ରଦାନ କରାଯାଇଥାଏ। ଏହି ଅନୁଯାୟୀ, ଆଜି ଏହି ଯୋଜନାର ୧୮ତମ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସିଛି।
ଯଦି କିସ୍ତି ଟଙ୍କା ଆକାଉଣ୍ଟରେ ଜମା ହୋଇଛି କି ନାହିଁ ଜାଣବାକୁ ଚାହୁଁଛନ୍ତି ତେବେ pmkisan.gov.in କୁ ଯାଇ ଆପଣଙ୍କର ସ୍ଥିତି ଯାଞ୍ଚ କରିପାରିବେ। ୱେବସାଇଟରେ ଥିବା 'Know Your Status' ଟ୍ୟାବ ଉପରେ କ୍ଲିକ କରି ପଞ୍ଜୀକରଣ ନମ୍ବର ଏବଂ କ୍ୟାପଚା କୋଡ ପ୍ରବେଶ କରି ସୂଚନା ପାଇପାରିବ ।












Click it and Unblock the Notifications