ବିଧାନସଭା ନିର୍ବାଚନ ପୂର୍ବରୁ ନୀତୀଶଙ୍କୁ ଲାଗିଲା ବଡ଼ ଝଟକା, ଜେଡିୟୁ ଛାଡ଼ିଲେ.....
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଜେଡିୟୁକୁ ଲାଗିଲା ବଡ଼ ଝାଟକା । ଜେଡିୟୁ ଛାଡ଼ିଲେ ୧୫ ମୁସଲମାନ ନେତା । ୱାକଫ୍ ବିଲକୁ ନୀତୀଶଙ୍କ ସମର୍ଥନ ପରେ ଦଳ ଛାଡିଦେଲେ ମୁସଲମାନ ସଂପ୍ରଦାୟର ନେତା ଏଥିସହ ନୀତୀଶଙ୍କ ବିରୋଧରେ ଦେଲେ ବଡ ବୟାନ । ତେବେ ବିହାର ମୋତିହାରୀ ଜିଲ୍ଲାରେ ୧୫ ମୁସଲମାନ ନେତା ଏକା ସାଙ୍ଗରେ ଜେଡିୟୁ ଛାଡ଼ିଛନ୍ତି ଏବଂ ଆଗକୁ ଏହି ଦଳ ଛଡା ପ୍ରକ୍ରିୟା ଜାରି ରହିବ ସାଧରଣରେ କୁହାଯାଉଛି ।

ୱାକଫ୍ ବିଲକୁ ଜେଡିୟୁ ସମର୍ଥନ ଦେବା ପରେ ମୁସଲମାନ ନେତାଙ୍କର ଦଳରୁ ମୋହ ଭାଙ୍ଗିଛି ଆଉ ସେମାନେ ଅସନ୍ତୁଷ୍ଟ ହୋଇ ଦଳରୁ ଏକାସାଙ୍ଗରେ ଇସ୍ତଫା ଦେଇଛନ୍ତି । ଢାକା ବିଧାନସଭା ନିର୍ବାଚନମଣ୍ଡଳୀରେ ଆସୁଥିବା ଏହ ଅଞ୍ଚଳ ମୁସଲମାନ ସଂପ୍ରଦାୟର ଲୋକେ ବାସ କରନ୍ତି । ତେବେ ଏକଦା ନୀତୀଶଙ୍କୁ ସେମାନେ ସେମାନଙ୍କ ହିତାକାଂକ୍ଷୀ ଭାବୁଥିଲେ ଆଉ ସମର୍ଥନ ମଧ୍ୟ ଦେଉଥିଲେ ହେଲେ ଏବେ ୱାକଫ୍ ବିଲକୁ ସମର୍ଥନ ଦେବା ପରେ ନୀତୀଶ ସେମାନଙ୍କ ଭରସା ଭାଙ୍ଗି ଦେଇଥିବା ମୁସଲମାନ ନେତାମାନେ ମତ ଦେଇଛନ୍ତି ।












Click it and Unblock the Notifications