Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀରେ କଂଗ୍ରେସକୁ ବଡ ଝଟକା, ହୋଇପାରିଲେନି ଜନତା ଆସ୍ଥାଭାଜନ; ମିଳିଲାନି ବିଧାନସଭାରେ ଗୋଟାଏ ବି ସିଟ୍

ଏଥରକ ନିର୍ବାଚନ ଫଳାଫଳରେ ପୁଣି ଫେଲ ମାରିଛି କଂଗ୍ରେସ । ସବୁ ରଣନୀତି ବିଫଳ ହୋଇଛି,ଜନତାଙ୍କ ମନ ଜିତିପାରିନି । ଶିଲା ଦିକ୍ଷିତଙ୍କ ସେହି ଲଗାତାର ୧୫ବର୍ଷର ଶାସନର ସ୍ବର୍ଣ୍ଣିମ ଅଧ୍ୟାୟ ହୁଏତ କଂଗ୍ରେସ ଆଉ ଦେଖିବାକୁ ପାଇନପାରେ । ୨୦୨୫ ବିଧାନସଭା ନିର୍ବାଚନ ପାଇଁ ହେଭିୱେଟ ଚେହେରାଙ୍କୁ ମୈଦାନକୁ ଓହ୍ଲାଇବା, ଯଥେଷ୍ଟ ଆଗରୁ ପ୍ରାର୍ଥୀ ତାଲିକା ଘୋଷଣା, ବିଜେପି ଓ ଆପର ପ୍ରତିଶ୍ରୁତିକୁ ଟକ୍କର ଦେଇ ମାଳ ମାଳ ଯୋଜନା କିଛି ବି କାମ କରିନି । କିନ୍ତୁ ଦଳକୁ ଆଶ୍ବସ୍ତି ଦେଇଛି ବଢ଼ିଥିବା ଭୋଟ ହାର । ଦଳ ଏଥରକ କୌଣସି ଆସନରେ ନଜିତିଥିଲେ ବି ଭୋଟ ହାର ପୂର୍ବ ଅପକ୍ଷା ବଢ଼ିଛି ।

Delhi Assembly Election 2025

ଯଦି ନଜର ପକାଇବା ଦିଲ୍ଲୀରେ କଂଗ୍ରେସର ସ୍ଥିତି ଉପରେ ତେବେ ଦୀର୍ଘବର୍ଷ ହେବ ଦଳ ଦିଲ୍ଲୀ ଭୋଟରଙ୍କ ବିଶ୍ବାସ ଜିତିବାରେ ଫେଲ ମାରୁଛି । ୨୦୧୫, ୨୦୨୦ ବିଧାନସଭା ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଆଉ ଏମସିଡି ନିର୍ବାଚନରେ ମଧ୍ୟ ଆଶାନୁରୂପକ ଫଳାଫଳ ପାଇନଥିଲା । ତଥାପି ଦଳ ଚେତିବା ବଦଳରେ ଆପ ସହ ମେଣ୍ଟ କରି ଲଢ଼ିବା ନିଷ୍ପତି ନେଲା । ଯାହାର ପରିଣାମ ସୂରୁପ ଲୋକସଭା ନିର୍ବାଚନରେ କଂଗ୍ରେସକୁ ବଡ ଝଟକା ଲାଗିଥିଲା ।

ଜାତୀୟ ରାଜନୀତିର ହୃଦସ୍ପନ୍ଦନ କୁହାଯାଉଥିବା ଦିଲ୍ଲୀକୁ ଅକ୍ତିଆର କରିବା ପାଇଁ ଯେଉଁଠି ବିଜେପି, ଆମ ଆଦମୀ ପାର୍ଟି ଆପ୍ରାଣ ଉଦ୍ୟମ କରିଥିଲେ ସେଠି କଂଗ୍ରେସର ସକ୍ରିୟତାରେ ବେଶୀ କିଛି ଦେଖିବାକୁ ମିଳିନଥିଲା । ପ୍ରଚାର ମଙ୍ଗ ବିଳମ୍ବରେ ଧରିଥିଲେ ରାହୁଲ ଓ ପ୍ରିୟଙ୍କା । ଅନ୍ୟପଟେ ଦଳର ତୁଙ୍ଗ ନେତାଙ୍କ ସେତେ ସକ୍ରିୟ ନଥିଲେ । ସଠିକ ତାଳମେଳର ଅଭାବ, ଦୁର୍ବଳ ସାଂଗଠନିକ ପ୍ରସ୍ତୁତି, ତୃଣମୁଳ ସ୍ତରରେ କମ କାମ, କର୍ମୀଙ୍କ ସହ ମଜଭୁତ ସର୍ମ୍ପକର ଅଭାବ , କର୍ମୀମାନଙ୍କୁ ଅବହେଳା, ନିର୍ବିବାଦୀୟ ନେତା ଖୋଜିବାରେ ଅବହେଳା, ଦିଲ୍ଲୀ ପରୀକ୍ଷାରେ କଂଗ୍ରେସକୁ ପୁଣି ଫେଲ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+