ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର;GST ହ୍ରାସ ନିଷ୍ପତ୍ତି ପରେ ‘ରେଲ୍ ନୀର’ ପାଣି ଦାମ୍ କମାଇଲା ଭାରତୀୟ ରେଳ
ଏଣିକି ରେଲୱେ ଷ୍ଟେସନରେ ମିଳୁଥିବା 'ରେଳ ନୀର'ର ଗୋଟିଏ ଲିଟର ପାଣି ୧୫ ଟଙ୍କା ବଦଳରେ କେବଳ ୧୪ ଟଙ୍କାରେ ମିଳିବ । ରେଲୱେର ଏହି ନିଷ୍ପତ୍ତି ଦ୍ୱାରା ଯାତ୍ରୀମାନେ ଉପକୃତ ହେବେ । ରେଲୱେର ବାଣିଜ୍ୟିକ ବିଭାଗ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ଦିଆଯାଇଛି ।
ତେବେ ଏହି ନିଷ୍ପତ୍ତି କେବଳ 'ରେଳ ନୀର' ଉପରେ ହିଁ ଲାଗୁ ହେବ । ଅନ୍ୟ କମ୍ପାନିର ପାଣି ବୋତଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଭାରତୀୟ ରେଳବାଇ ଯାତ୍ରୀଙ୍କ ପାଇଁ ରେଳ ନୀରର ମୂଲ୍ୟ ହ୍ରାସ କରିଛି । ଏଣିକି ରେଲୱେ ପ୍ଲାଟ୍ଫର୍ମ ଓ ଟ୍ରେନ୍ରେ ମିଳୁଥିବା ରେଳ ନୀର ୧ ଟଙ୍କା ଶସ୍ତାରେ ମିଳିବ ।













Click it and Unblock the Notifications