ମହାକୁମ୍ଭ ପାଇଁ ରେଳ ବିଭାଗର ବଡ ପ୍ରସ୍ତୁତି, ପ୍ରୟାଗରାଜକୁ ଓଡିଶାରୁ ଏବଂ ଓଡିଶା ମଧ୍ୟଦେଇ ଚାଲିବ ଏହି ସବୁ ସ୍ୱତନ୍ତ୍ର ଟ୍ରେନ
Maha Kumbh 2025: କୁମ୍ଭ ମେଳା ହେଉଛି ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ପ୍ରତି ୧୨ ବର୍ଷରେ ଥରେ ହୁଏ ଏହି କୁମ୍ଭ ମେଳା । ତେବେ ପ୍ରୟାଗରାଜ ମହାକୁମ୍ଭ ମେଳା ପାଇଁ ଖୁବ ଜୋର ସୋରରେ ପ୍ରସ୍ତୁତି ହୋଇଥାଏ । ତେବେ ଶେଷଥର ୨୦୧୩ ମସିହାରେ ଏହି ମହାକୁମ୍ଭ ମେଳା ଅନୁଷ୍ଠିତ ହେଇଥିବା ବେଳେ ଆସନ୍ତା ଜାନୁୟାରୀ ୧୩ ତାରିଖରେ ପ୍ରୟାଗରାଜଠାରେ ଅନୁଷ୍ଠିତ ହେବ ଏହି ମହାକୁମ୍ଭ ମେଳା ।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ମହାକୁମ୍ଭ ମେଳା ସମୟରେ ସ୍ନାନ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ । ପ୍ରତ୍ୟେକ ଥର କୁମ୍ଭ ମେଳା କେବଳ ଚାରୋଟି ପବିତ୍ର ନଦୀ ଏବଂ ଭାରତର ଚାରି ତୀର୍ଥସ୍ଥାନରେ ଆୟୋଜିତ ହୋଇଥାଏ । ପୌରାଣିକ ମତେ ଅମୃତ କଳସ ପାଇଁ ଦେବାସୁରଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ଉକ୍ତ କଳସରୁ ଚାରିଟୋପା ଅମୃତ ଚାରୋଟି ସ୍ଥାନ ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୈନ ଓ ନାଶିକରେ ପଡ଼ିଯାଇଥିଲା । ଏବେ ସେହି ଚାରୋଟି ସ୍ଥାନରେ କୁମ୍ଭମେଳା ଅନୁଷ୍ଠିତ ହେଉଛି । ଜାନୁଆରୀ ୧୩ରୁ ଫେବୃଆରୀ ୨୬ ଯାଏଁ ଚାଲିବ ଏହି ମହାକୁମ୍ଭ ମେଳା ।
ଆଉ ଏହି ମହାକୁମ୍ଭ ମେଳା ପାଇଁ ଭାରତୀୟ ରେଳ ବିଭାଗର ବଡ ପ୍ରସ୍ତୁତି। ଚାଲିବ ୩୦୦୦ ସ୍ପେସାଲ୍ ଟ୍ରେନ୍। ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହେବା ପାଇଁ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ, ଯାତ୍ରୀଙ୍କ ପାଇଁ ଭାରତୀୟ ରେଳ ତରଫରୁ ସୁରକ୍ଷା ଏବଂ ସୁବିଧାର ବଡ ବ୍ୟବସ୍ଥା କରାଯାଉଛି। ଆଉ ଓଡିଶାରୁ ଏବଂ ଓଡିଶା ମଧ୍ୟଦେଇ ପ୍ରୟାଗରାଜକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ ।
ଭୁବନେଶ୍ୱର-ତୁଣ୍ଡଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା କେନ୍ଦୁଝରଗଡ-ବୋକାରୋ-ଗୟା-ପ୍ରୟାଗରାଜ
୨୦୨୫ ଜାନୁୟାରୀ ମାସ ୧, ୮, ୨୨ ତାରିଖ ଓ ଫେବୃୟାରୀ ମାସ ୫, ୧୯, ୨୬ ତାରିଖ ବୁଧବାରରେ ଭୁବନେଶ୍ୱର ଠାରୁ ଅପରାହ୍ନ ୧୨ଟା ୩୦ ମିନିଟରେ ଛାଡି କେନ୍ଦୁଝରଗଡ-ବୋକାରୋ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ ।
ବିଶାଖାପାଟନମ୍-ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ (ଡ଼ିଡ଼ିୟୁ)-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଭାୟା ରାୟଗଡା-ଟିଟିଲାଗଡ-ରାୟପୁର-କାଟନୀ
ଏହି ଟ୍ରେନ୍ ୨୦୨୫ ଜାନୁୟାରୀ ମାସ ୯, ୧୬, ୨୩ ତାରିଖ ଓ ଫେବୃୟାରୀ ମାସ ୬, ୨୦, ୨୭ ତାରିଖ ଦିନ ଗୁରୁବାର ଦିନମାନଙ୍କରେ ବିଶାଖାପାଟନମ୍ ଠାରୁ ଅପରାହ୍ନ ୫ଟା ୩୫ରେ ଛାଡି ରାୟଗଡା-ଟିଟିଲାଗଡ-ରାୟପୁର-କାଟନୀ ମାର୍ଗ ଦେଇ ଡ଼ିଡ଼ିୟୁ ଯାତ୍ରା କରିବ । ଡ଼ିଡ଼ିୟୁ ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ମାର୍ଗ ପ୍ରଦାନ କରିବ ।

ପୁରୀ-ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଭାୟା ଭୁବନେଶ୍ୱର-ଭଦ୍ରକ-ଗୟା-ପ୍ରୟାଗରାଜ
ଏହି ଟ୍ରେନ୍ ୨୦୨୫ ଜାନୁୟାରୀ ମାସ ୬ ଓ ୨୦ ତାରିଖ ଓ ଫେବୃୟାରୀ ମାସ ୧୭ ତାରିଖ ଦିନ ସୋମବାର ଦିନମାନଙ୍କରେ ପୁରୀ ଠାରୁ ଅପରାହ୍ନ ୧୨ଟା ୩୦ରେ ଛାଡି ଭୁବନେଶ୍ୱର-ଭଦ୍ରକ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ ।
ବିଶାଖାପାଟନମ୍-ଗୋରଖପୁର-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଭାୟା ଭୁବନେଶ୍ୱର-ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା
ଏହି ଟ୍ରେନ୍ ୨୦୨୫ ଜାନୁୟାରୀ ମାସ ୫ ଓ ୧୯ ତାରିଖ ଏବଂ ଫେବୃୟାରୀ ମାସ ୧୬ ତାରିଖ ଦିନ ରବିବାର ଦିନମାନଙ୍କରେ ବିଶାଖାପାଟନମ୍ ଠାରୁ ରାତ୍ରି ୧୦ଟା ୨୦ରେ ଛାଡି ଭୁବନେଶ୍ୱର-ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା ମାର୍ଗ ଦେଇ ଡ଼ିଡ଼ିୟୁ ଯାତ୍ରା କରିବ । ଡ଼ିଡ଼ିୟୁ ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ମାର୍ଗ ପ୍ରଦାନ କରିବ ।
ଟିଟିଲାଗଡ-ତୁଣ୍ଡଲା-ଟିଟିଲାଗଡ଼ ସ୍ୱତନ୍ତ୍ର ଟ୍ରେନ୍ ଭାୟା ସମ୍ବଲପୁର-ଝାରସୁଗୁଡା-ଡ଼ିଡ଼ିୟୁ-ପ୍ରୟାଗରାଜ
ଏହି ଟ୍ରେନ୍ ୨୦୨୫ ଜାନୁୟାରୀ ମାସ ୯, ୧୬, ୨୩ ତାରିଖ ଓ ଫେବୃୟାରୀ ମାସ ୬, ୨୦, ୨୭ ତାରିଖ ଦିନ ଗୁରୁବାର ଦିନରେ ଟିଟିଲାଗଡ଼ ଠାରୁ ଅପରାହ୍ନ ୧୨ଟା ୩୦ରେ ଛାଡି ସମ୍ବଲପୁର-ଝାରସୁଗୁଡା-ଡ଼ିଡ଼ିୟୁ-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ ।












Click it and Unblock the Notifications