ଛତିଶଗଡ଼ରେ ଏନକାଉଣ୍ଟର: ୮ ମାଓବାଦୀ ନିହତ

Chhattisgarh News: ଛତିଶଗଡ଼ରେ ଏକ ବଡ଼ ଏନକାଉଣ୍ଟର, ଯେଉଁଥିରେ ୮ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଗଙ୍ଗଲୁର ଥାନା ପଡ଼ିଆ ଜଙ୍ଗଲରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି । ବିଜାପୁର ପୋଲିସ ଏବଂ ସିଆରପିଏଫ୍ କୋବ୍ରା ଯବାନଙ୍କୁ ବଡ଼ ସଫଳତା ମିଳିଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ମୃତାହତ ସଂଖ୍ୟା ଆଗକୁ ବଢିବା ନେଇ ସୂଚନା ରହିଛି ।

Chhattisgarh

ସୂଚନା ଅନୁସାରେ, ବିଜାପୁର ଜିଲ୍ଲା ଗାଙ୍ଗାଲୁରରେ ୩୦ ରୁ ୪୦ ଜଣ ନକ୍ସଲ ଲୁଚି ରହିଥିବା ଖବର ପାଇବା ପରେ ଚର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ସେମାନ ଉକ୍ତ ସ୍ଥାନରେ କିଛି ଦିନ ହେଲା କ୍ୟାମ୍ପ କରି ରହୁଥିଲେ । ଦାନ୍ତେୱାଡା ଓ ବିଜାପୁର ଭଳି ତିନି ଜିଲ୍ଲାର ପୁଲିସ ସହିତ CRPFର କୋବ୍ରା ଯବାନମାନେ ମିଳିତ ଭାବେ ଏହି ବଡ଼ ଧରଣର ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନ ଦାୟିତ୍ୱ ନେଇଥିଲେ ପୋଲିସ ଆଇଜି ସୁନ୍ଦରରାଜ ପି. ।

ସୁରକ୍ଷାକର୍ମୀମାନେ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଆରମ୍ଭ କରିବା ପରେ ପ୍ରଥମେ ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟ ବିଳମ୍ବିତ ସନ୍ଧ୍ୟାରେ ଶେଷ ହୋଇଥିଲା ଏବଂ ୮ରୁ ଅଧିକ ନକ୍ସଲ ନିହତ ହୋଇଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+