ଆସିଲା ବଡ ଖବର; ମେ’ ୪ରେ ହେବ ନିଟ୍-ୟୁଜି ପ୍ରବେଶିକା ପରୀକ୍ଷା
ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ଆସନ୍ତା ମେ' ୪ତାରିଖରେ ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏହି ବିଷୟ ଘୋଷଣା କରିଛି।ଏଥିପାଇଁ ଆବେଦନ ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୭ରେ ଶେଷ ହେବ। ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ଦୃଷ୍ଟିରୁ ଏହା ଦେଶର ସର୍ବବୃହତ ପ୍ରବେଶିକା ପରୀକ୍ଷା।

୨୦୨୪ରେ ରେକର୍ଡ ସଂଖ୍ୟକ ୨୪ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ମେଡିକାଲ କଲେଜରେ ନାମଲେଖା ପାଇଁ ଏନଟିଏ ପ୍ରତିବର୍ଷ ନିଟ୍ ଆୟୋଜନ କରିଥାଏ। ଏମବିଏସଏସ ପାଠ୍ୟକ୍ରମ ପାଇଁ ମୋଟ ୧ ଲକ୍ଷ ୮ ହଜାର ଆସନ ଉପଲବ୍ଧ ଅଛି। ସେଥିମଧ୍ୟରେ ପ୍ରାୟ ୫୬ ହଜାର ସରକାରୀ ଓ ୫୨ ହଜାର ଘରୋଇ କଲେଜରେ ଆସନ ରହିଛି।
ଦନ୍ତ ଚିକିତ୍ସା, ଆୟୁର୍ବେଦ, ୟୁନାନୀ ଓ ସିଦ୍ଧରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍ ପରୀକ୍ଷା ଫଳକୁ ମଧ୍ୟ ବ୍ୟବହାର କରାଯାଇଥାଏ। ଗତ ମାସରେ ଏନଟିଏ ଘୋଷଣା କରିଥିଲା ଯେ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପେନ୍ ଏବଂ ପେପର ମୋଡରେ ଅନୁଷ୍ଠିତ ହେବ।
ଗତବର୍ଷ ନିଟରେ ପ୍ରଶ୍ନପତ୍ର ଲିକ୍ ଓ ମାମଲା ସମେତ ଅନେକ ଅନିୟମିତତା ଅଭିଯୋଗ ଆସିଥିବା ବେଳେ ପରୀକ୍ଷାର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିବା ପରେ ୟୁଜିସି-ନେଟ୍ ବାତିଲ କରାଯାଇଥିଲା। ଉଭୟ ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି।












Click it and Unblock the Notifications