ଆସିଲା ବଡ ଖବର, ଏଣିକି, ଛୋଟ ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ହେବ ଆଧାର ଅପଡେଟ୍

ଛୋଟ ପିଲାଙ୍କ ପାଇଁ ବାଧ୍ୟତାମୂଳକ ଆଧାର ବାୟୋମେଟ୍ରିକ ଅପଡେଟ୍‌ ସମ୍ପୂର୍ଣ୍ଣ ମାଗଣା ହେବ। ଏନେଇ ଶନିବାର ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ) ବିବୃତ୍ତି ଜାରି କରି ସୂଚନା ଦେଇଛନ୍ତି। ଅକ୍ଟୋବର ୧ ତାରିଖ ଠାରୁ ଫି ଛାଡ଼ା ଲାଗୁ ହୋଇଥିବା ବେଳେ ଏହା ବର୍ଷେ ପାଇଁ ବଳବତ୍ତର ରହିବ।

Aadhaar update
ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି "ଏକ ଲୋକାଭିମୁଖୀ ପଦକ୍ଷେପ ସ୍ୱରୂପ, ଭାରତୀୟ ଅନନ୍ୟ ପରିଚୟ ପ୍ରାଧିକରଣ (UIDAI) ବାଧ୍ୟତାମୂଳକ ବାୟୋମେଟ୍ରିକ୍ ଅପଡେଟ୍ (MBU-1) ପାଇଁ ସମସ୍ତ ଦେୟ ଛାଡ଼ କରିଛି, ଏଥିରେ ପ୍ରାୟ ୬ କୋଟି ପିଲା ଲାଭବାନ ହେବେ।" ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କ ଫଟୋ, ନାମ, ଜନ୍ମ ତାରିଖ, ଲିଙ୍ଗ, ଠିକଣା ଏବଂ ଜନ୍ମ ପ୍ରମାଣପତ୍ର ପ୍ରଦାନ କରି ଆଧାର ପାଇଁ ପଞ୍ଜୀକରଣ କରାଯିବ। ତେବେ ଆଧାର ପଞ୍ଜୀକରଣ ପାଇଁ ସେମାନଙ୍କର ଟିପ ଚିହ୍ନ କି ଆଇରିସ୍ ବାୟୋମେଟ୍ରିକ୍ସ ନିଆଯିବ ନାହିଁ। କାରଣ ଏଗୁଡ଼ିକ ସେହି ବୟସରେ ପରିପକ୍ୱ ହୋଇନଥାଏ।
​​​​​​​ପ୍ରଚଳିତ ନିୟମ ଅନୁଯାୟୀ, ପାଞ୍ଚ ବର୍ଷ ବୟସ ପରେ ପିଲାମାନଙ୍କର ଆଙ୍ଗୁଠି ଛାପ, ଆଇରିସ୍ ଏବଂ ଫଟୋକୁ ଆଧାର ଅପଡେଟ୍ କରିବା ବାଧ୍ୟତାମୂଳକ ଏବଂ ୧୫-୧୭ ବର୍ଷ ବୟସ ମଧ୍ୟରେ ଦ୍ୱିତୀୟ ଅପଡେଟ୍ କରିବା ଆବଶ୍ୟକ। ତେବେ ୫-୭ ବର୍ଷ ବୟସର ପିଲା ଏବଂ ୧୫-୧୭ ବର୍ଷ ବୟସର ପିଲାମାନେ ବିନା ଶୁଳ୍କରେ ଅପଜେଟ୍ କରିପାରିବେ। ଏହାପରେ, ପ୍ରତି MBU ପାଇଁ ୧୨୫ ଟଙ୍କା ଶୁଳ୍କ ନିଆଯିବ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+