ଭାରତୀୟ ବାୟୁସେନାର ବଡ଼ ସୂଚନା; ଜାରି ରହିଛି ‘ଅପରେସନ ସିନ୍ଦୂର'
ଭାରତୀୟ ବାୟୁସେନାର ବଡ଼ ସୂଚନା । ଜାରି ରହିଛି 'ଅପରେସନ ସିନ୍ଦୂର' । ନିଜ କାର୍ଯ୍ୟକୁ ବାୟୁସେନା ସଫଳତାର ସହ ସମାପନ କରିଛି । ସମନ୍ୱିତ ଓ ସୁଚିନ୍ତିତ ଭାବେ ଅପରେସନ ଚାଲିଛି । ନିଜ କାର୍ଯ୍ୟକୁ ବାୟୁସେନା ସଫଳତାର ସହ ସମାପନ କରିଛି ।
ଅପରେସନ ସିନ୍ଦୂର ଜରିଆରେ ଭାରତୀୟ ବାୟୁସେନା ପାକିସ୍ତାନର ୧୧ଟି ଏୟାରବେସ୍ ନଷ୍ଟ କରିଛି । ଏହାପରେ ବୟାନ ଜାରି କରିଛି ବାୟୁସେନା ।
ମିଛ , ଗୁଜବ ଖବର ଠାରୁ ଦୂରେଇ ରୁହନ୍ତୁ । ଏବେ ବି ଜାରି ରହିଛି 'ଅପରେସନ ସିନ୍ଦୂର' । ଆଗକୁ ଅପରେସନ ନେଇ ବିସ୍ତୃତ ସୂଚନା ଦିଆଯିବ । ଅସ୍ତ୍ରବିରତି ମଧ୍ୟରେ ଭାରତୀୟ ବାୟୁସେନା ପକ୍ଷରୁ ଏପରି ବୟାନ ଜାରି କରାଯାଇଛି ।

ତିନି ସେନାମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ବାସଭବନରେ ଆଲୋଚନା କରିଛନ୍ତି । ୩ ସେନାମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରେସନ୍ 'ସିନ୍ଦୂର'କୁ ଅସ୍ତ୍ରବିରତି ପରର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ଏନଏସଏ ଅଜିତ୍ ଡୋଭାଲ, ସିଡିଏସ ଅନୀଲ ଚୌହାନ ଉପସ୍ଥିତ ଅଛନ୍ତି ।












Click it and Unblock the Notifications