ଯାତ୍ରୀଙ୍କ ପାଇଁ ବଡ ଖବର, ଆଜିଠାରୁ ବଢିବ ଟ୍ରେନ ଟିକେଟ ଦର

ଭାରତୀୟ ରେଳ ବିଭାଗ ସୋମବାର ଟ୍ରେନ୍‌ ଟିକଟ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ଜୁଲାଇ ୧ରୁ ଏହି ବର୍ଦ୍ଧିତ ଭଡ଼ା ଲାଗୁ ହେବ। ଯାତ୍ରୀ ସେବା ଉନ୍ନତ କରିବା ଓ ଯାତ୍ରୀ ଭଡ଼ା ଗଣନାକୁ ସରଳ କରିବା ପାଇଁ ଟିକଟ ମୂଲ୍ୟ ବୃଦ୍ଧି କରାଯାଇଛି। ତେବେ ଲୋକାଲ (ଉପନଗରୀୟ) ଟ୍ରେନ୍‌ ଭଡ଼ା ଓ ମାସିକ ଟିକଟ ଭଡ଼ା (ଏମ୍‌ଏସ୍‌ଟି) ଅପରିବର୍ତ୍ତିତ ରହିଛି। ନୂଆ ଯାତ୍ରୀ ଭଡ଼ା ଜୁଲାଇ ୧ରୁ କିଣାଯାଇଥିବା ଟିକଟ ଉପରେ ଲାଗୁ ହେବ। ତେବେ ଆଗୁଆ ବୁକ୍‌ ହୋଇଥିବା ଟିକଟ ମୂଲ୍ୟ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଲୋକାଲ (ଉପନଗରୀୟ) ଟ୍ରେନ୍‌ ଭଡ଼ା ଓ ମାସିକ (ସିଜନାଲ) ଟିକଟ ଭଡ଼ା ଅପରିବର୍ତ୍ତିତ ରହିଛି।

train ticket price

ଅଣ ବାତାନୁକୁଳିତ ନିୟମିତ (ଅଣ ଉପନଗରୀୟ ଟ୍ରେନ୍‌) ଦ୍ବିତୀୟ ଶ୍ରେଣୀ ଯାତ୍ରା କ୍ଷେତ୍ରରେ କେତେକ ସର୍ତ୍ତ ସହିତ କିଲୋମିଟର ପ୍ରତି ୦.୫ ପଇସା ମୂଲ୍ୟ ବୃଦ୍ଧି ହୋଇଛି। ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରୀ ଭଡ଼ାରେ କୌଣସି ପରିବର୍ତ୍ତନ ହୋଇ ନ ଥିବାବେଳେ ୫୦୧ରୁ ୧୫୦୦ କିଲୋମିଟର ପର୍ଯ୍ୟନ୍ତ ୫ ଟଙ୍କା, ୧୫୦୧ରୁ ୨୫୦୦ କିଲୋମିଟର ପର୍ଯ୍ୟନ୍ତ ୧୦ ଟଙ୍କା ଓ ୨୫୦୧ରୁ ୩୦୦୦ କିଲୋମିଟର ପର୍ଯ୍ୟନ୍ତ ୧୫ ଟଙ୍କା ମୂଲ୍ୟ ବୃଦ୍ଧି କରାଯାଇଛି। ଶୟନ ଶ୍ରେଣୀ ଓ ପ୍ରଥମ ଶ୍ରେଣୀ ଯାତ୍ରୀ ଭଡ଼ା କିଲୋମିଟର ପ୍ରତି ୦.୫ ପଇସା ବୃଦ୍ଧି ହୋଇଛି। ସେହିପରି ଅଣ ବାତାନୁକୁଳିତ ମେଲ୍‌/ଏକ୍ସପ୍ରେସ୍‌ ସେବାରେ କିଲୋମିଟର ପ୍ରତି ଦ୍ବିତୀୟ ଶ୍ରେଣୀ ଟିକଟ ମୂଲ୍ୟ ୧ ପଇସା ବଢ଼ିଥିବାବେଳେ ଶୟନ ଶ୍ରେଣୀ ଭଡ଼ା କିଲୋମିଟର ପ୍ରତି ୧ ପଇସା ଓ ପ୍ରଥମ ଶ୍ରେଣୀ ଯାତ୍ରୀ ଭଡ଼ା କିଲୋମିଟର ପ୍ରତି ଅତିରିକ୍ତଭାବେ ୧ ପଇସା ବୃଦ୍ଧି କରାଯାଇଛି।
ସମସ୍ତ ବାତାନୁକୁଳିତ ଚେୟାର କାର୍‌, ୩ ଟାୟାର/୩-ଇକୋନୋମି, ୨ ଟାୟାର, ପ୍ରଥମ ଶ୍ରେଣୀ/ଏକ୍‌ଜିକ୍ୟୁଟିଭ ଶ୍ରେଣୀ ଟିକଟ ମୂଲ୍ୟ କିଲୋମିଟର ପ୍ରତି ୨ ପଇସା ବୃଦ୍ଧି ହୋଇଛି। ଏହି ସଂଶୋଧିତ ଟିକଟ ମୂଲ୍ୟ ସମସ୍ତ ବିଳାସପୂର୍ଣ୍ଣ ଓ ସ୍ବତନ୍ତ୍ର ସେବା ପାଇଁ ପ୍ରଯୁଜ୍ୟ ବନ୍ଦେ ଭାରତ, ତେଜସ, ରାଜଧାନୀ, ଶତାବ୍ଦୀ, ଦୂରନ୍ତୋ, ହମ୍‌ସଫର, ଅମୃତ ଭାରତ, ଗତିମାନ, ମହାମାନା, ଜନ ଶତାବ୍ଦୀ, ଯୁବ ଏକ୍ସପ୍ରେସ୍, ଅନ୍ତ୍ୟୋଦୟ, ଏସି ଭିଷ୍ଟାଡୋମ୍ କୋଚ୍, ଅନୁଭୂତି କୋଚ୍ ଏବଂ ନିୟମିତ ଅଣ-ଉପନଗର ସେବା ଟ୍ରେନ୍‌ ଉପରେ ଲାଗୁ ହେବ। ତେବେ ସଂରକ୍ଷଣ ଶୁଳ୍କ, ସୁପରଫାଷ୍ଟ ଅତିରିକ୍ତ ଦେୟ ଏବଂ ଅତିରିକ୍ତ ଶୁଳ୍କ ଅପରିବର୍ତ୍ତିତ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+