ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖବର; ମିଳିବ ୩୫ ଲକ୍ଷ ଟଙ୍କା !
ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖବର । ସରକାର ଦେବେ ୩୫ ଲକ୍ଷ ଟଙ୍କା। ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ କୌଣସି ଚିକିତ୍ସା ପାଇଁ ସରକାର ଆପଣଙ୍କୁ ସହାୟତା ପ୍ରଦାନ କରିବେ । ହାର୍ଟ ଓ ଫୁସଫୁସରେ ପୀଡିତ କେନ୍ଦ୍ରୀୟ କର୍ମଚାରୀଙ୍କୁ ସହାୟତା ଯୋଗାଇବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି ।
ହୃଦୟ ଏବଂ ଫୁସଫୁସ ପ୍ରତିରୋପଣ ପାଇଁ CGHS ଅଧୀନରେ ଚିକିତ୍ସିତ ହେଉଥିବା କର୍ମଚାରୀମାନଙ୍କୁ କେନ୍ଦ୍ର ସରକାର ୩୫ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ପ୍ରସ୍ତାବକୁ ଅନୁମୋଦନ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏକ ନଅ ସଦସ୍ୟ ବିଶିଷ୍ଟ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି ।
ଫୁସଫୁସ ପ୍ରତିରୋପଣ ପାଇଁ ୨୫ ଲକ୍ଷ ଟଙ୍କା, ହାର୍ଟ ପ୍ରତିରୋପଣ ପାଇଁ ୧୫ ଲକ୍ଷ ଏବଂ ଉଭୟ ପାଇଁ ୩୫ ଲକ୍ଷ ଟଙ୍କା ଦେବାକୁ କେନ୍ଦ୍ର ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି । ଟ୍ରାନ୍ସପ୍ଲାଣ୍ଟ ପରିମାଣ ବୃଦ୍ଧି କରିବାକୁ କେନ୍ଦ୍ରୀୟ କର୍ମଚାରୀ ସଂଗଠନ ବର୍ଷ ବର୍ଷ ଧରି ଦାବି କରିଆସୁଥିଲେ।

୨୦୧୨ ରେ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ସମୟରେ ଫୁସଫୁସ ପ୍ରତିରୋପଣ ପାଇଁ କ୍ଷତିପୂରଣ ୧୧.୫୦ ଲକ୍ଷ, ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ଏହା ୭.୯୦ ଲକ୍ଷ ଏବଂ ଉଭୟ ଟ୍ରାନ୍ସପ୍ଲାଣ୍ଟ ପାଇଁ ସର୍ବାଧିକ ୧୮ ଲକ୍ଷ ଟଙ୍କା ରହିଛି ।
ଅଲ ଇଣ୍ଡିଆ ଅଡିଟ୍ ଏବଂ ଆକାଉଣ୍ଟସ୍ ପେନସନଭୋଗୀ ସଂଘର ଜାତୀୟ କାର୍ଯ୍ୟନିର୍ବାହୀ ସଭାପତି ସୁଭାଷ ଚନ୍ଦ୍ର ପାଣ୍ଡେ କହିଛନ୍ତି ଯେ ନିକଟରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ହୃଦୟ କିମ୍ବା ଫୁସଫୁସ ପ୍ରତିରୋପଣ ପାଇଁ ଜଣେ କର୍ମଚାରୀଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରିବାକୁ ପଡିବ ।
ଏ ନେଇଁକେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏକ କମିଟି ଗଠନ କରିଛି । ନଅ ଜଣଙ୍କ କମିଟିରେ ବିଶେଷଜ୍ଞ ଡାକ୍ତର ମଧ୍ୟ ଅଛନ୍ତି। ସର୍ବାଧିକ ପରିମାଣ ନେବାକୁ କମିଟି ଅନୁମୋଦନ ମଧ୍ୟ ଆବଶ୍ୟକ ହୋଇପାରେ ।
ପ୍ରତିରୋପଣ ଅତ୍ୟନ୍ତ ମହଙ୍ଗା ହେତୁ କର୍ମଚାରୀମାନେ ହାର୍ଟ ଏବଂ ଫୁସଫୁସ ପାଇଁ ସହଜରେ ଚିକିତ୍ସା କରିପାରୁନଥିଲେ । ଟ୍ରାନ୍ସପ୍ଲାଣ୍ଟ ପାଇଁ ପାଣ୍ଠି ବୃଦ୍ଧି ପାଇଁ ଗଠିତ କମିଟି ଖୁବ ଶୀଘ୍ର ଏହାର ରିପୋର୍ଟ ମନ୍ତ୍ରଣାଳୟକୁ ଦାଖଲ କରିବ। ପେନସନ ଭୋଗୀମାନେ ମଧ୍ୟ ଏଥିରୁ ଉପକୃତ ହେବେ।












Click it and Unblock the Notifications