ଗ୍ରାହକଙ୍କ ପାଇଁ ବଡ ଖବର; କମିଲା ଏଲପିଜି ସିଲିଣ୍ଡର ଦର, ଜାଣନ୍ତୁ କେତେ ହେଲା

ଜୁଲାଇ ମାସର ପ୍ରଥମ ଦିନରେ ଏଲ୍‌ପିଜି ସିଲିଣ୍ଡର ସମ୍ପର୍କରେ ଏକ ବଡ଼ ଘୋଷଣା କରାଯାଇଛି। ଏହା ଏଲ୍‌ପିଜି ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛି। ମଙ୍ଗଳବାର ୧ ଜୁଲାଇ ଠାରୁ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।

lpg

ପ୍ରତି ମାସର ପ୍ରଥମ ତାରିଖରେ ତୈଳ ବିପଣନ କମ୍ପାନିଗୁଡ଼ିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିଥାନ୍ତି। ଚଳିତ ମାସରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। କମ୍ପାନିଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ କରିଛନ୍ତି। ତେବେ ୧୪.୨ କିଲୋଗ୍ରାମ ଘରୋଇ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।
ତୈଳ ବିପଣନ କମ୍ପାନିଗୁଡ଼ିକ ଦ୍ୱାରା ପ୍ରକାଶିତ ନୂତନ ଦର ତାଲିକା ଅନୁଯାୟୀ, ମଙ୍ଗଳବାର ଜୁଲାଇ ୧ ଠାରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ୟ ୧୭୨୩.୫୦ ଟଙ୍କା ପରିବର୍ତ୍ତେ ୧୬୬୫ ଟଙ୍କା ହେବ। ସେହିପରି ନୋଏଡାରେ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୧୭୪୭.୫୦ ଟଙ୍କା ହେବ। କୋଲକାତାରେ ଏଲ୍‌ପିଜି ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୮୨୬ ଟଙ୍କା ପରିବର୍ତ୍ତେ ୧୭୬୯ ଟଙ୍କା ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+