ଆସିଲା ବଡ ଖବର ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଚାଲିଛି ଷଡ଼ଯନ୍ତ୍ର, ମୁମ୍ବାଇ ପୋଲିସକୁ ଆସିଲା ଫୋନ କଲ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଚାଲିଛି ଷଡ଼ଯନ୍ତ୍ର। ଏନେଇ ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମ୍କୁ ଏକ ଧମକପୂର୍ଣ୍ଣ କଲ୍ ଆସିଛି। ଜଣେ ବ୍ୟକ୍ତି ଫୋନ୍ କରି ମୋଦିଙ୍କୁ ଜୀବନରେ ମାରିଦେବାକୁ ଯୋଜନା ଚାଲିଥିବା କହିଛନ୍ତି। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଜୋରଦାର ତଦନ୍ତ ଆରମ୍ଭ କରିଛି ପୁଲିସ।

ସୂଚନା ମୁତାବକ, ବୁଧବାର ରାତି ୯ଟାରେ ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମ୍କୁ ଏହି ଫୋନ୍ କଲ୍ ଆସିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନ୍ କରିଥିବା ବ୍ୟକ୍ତି ଦାବି କରିଛନ୍ତି। ଏହାପରେ ମୁମ୍ବାଇ ପୁଲିସ ଏହା ସତ ନା କେବଳ ଏକ ଫେକ୍ କଲ୍ ସେ ନେଇ ଯାଞ୍ଚ ଆରମ୍ଭ କରିଛି। ଏଥିସହ ଫୋନ୍ କଲ୍ କରିଥିବା ବ୍ୟକ୍ତି ଜଣକ କିଏ। ତାହା ଜାଣିବା ପାଇଁ ଲୋକେସନ୍ ଟ୍ରେସ୍ କରାଯାଉଛି।
ଏହାପୂର୍ବରୁ ବଲିଉଡ଼ ଅଭିନେତା ସଲମାନ ଖାନ୍ ଓ ଶାହରୁଖ ଖାନ୍ଙ୍କୁ ମଧ୍ୟ ଫୋନ୍ କଲରେ ହତ୍ୟା କରିବାକୁ ନେଇ ଧମକ ମିଳିଥିଲା। ଶାହରୁଖ ଖାନ୍ଙ୍କୁ ରାଇପୁରରୁ ଧମକପୂର୍ଣ୍ଣ କଲ୍ ଆସିଥିଲା। ଏହାପରେ ପୁଲିସ ରାଇପୁର ଯାଇ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଉକ୍ତ ବ୍ୟକ୍ତି ଜଣ ପେସାରେ ଜଣେ ଓକିଲ ଥିବା ଜଣାପଡିଥିଲା।












Click it and Unblock the Notifications