ନିର୍ବାଚନ ବଣ୍ଡକୁ ନେଇ ଆସିଲା ବଡ ତଥ୍ୟ, ଜାଣନ୍ତୁ କାହା ଠାରୁ କିଏ ପାଇଛି ଅଧିକ ପାଣ୍ଠି

ନିର୍ବାଚନ ବଣ୍ଡକୁ ନେଇ ଆସିଲା ବଡ ଖବର । କାହାକୁ କେତେ ମିଳିଛି ଚାନ୍ଦା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଇଲେକ୍ଟୋରାଲ୍ ବଣ୍ଡ ତଥ୍ୟକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଗତକାଲି ସାର୍ବଜନୀନ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଇଲେକ୍ସନ କମିଶନ ୱେବସାଇଟରେ ଅପଲୋଡ୍ ହୋଇଛି ଷ୍ଟେଟ ବ୍ୟାଙ୍କ୍ ଦାଖଲ କରିଥିବା ଡାଟା।

election bond

ତଥ୍ୟ ଥିବା ଦୁଇଟି ପିଡିଏଫ ମଧ୍ୟରୁ ଗୋଟିଏରେ ଇଲେକ୍ଟୋରାଲ ବଣ୍ଡର ମୂଲ୍ୟ, କ୍ରେତା ଏବଂ କ୍ରୟ ତାରିଖ ରହିଛି । ଅନ୍ୟଟିରେ ବଣ୍ଡକୁ ଏନକ୍ୟାଶ୍ କରିଥିବା ଦଳର ନାଁ, ତାରିଖ ଓ ମୂଲ୍ୟ ଲେଖାରହିଛି। ଯଥାକ୍ରମେ ୩୩୭ ଓ ୪୨୬ ପୃଷ୍ଠାର ରହିଛି ଏହି ଦୁଇଟି ପିଡିଏଫ୍ ।

ତେବେ ଆସନ୍ତୁ ନଜର ପକାଇବା କେଉଁ କଂପାନୀ ନିର୍ବାଚନୀ ବଣ୍ଡ୍ ଜରିଆରେ ସବୁଠୁ ଅଧିକ ଅର୍ଥ ଦାନ କରିଛି। ସୂଚନା ଅନୁସାରେ, ସବୁଠୁ ଅଧିକ ଟଙ୍କା ଦାନ କରିଛି ଫ୍ୟୁଚର ଗେମିଂ ଆଣ୍ଡ୍ ହୋଟେଲ ସର୍ଭିସେସ୍ । ଏହି କଂପାନୀ ଦେଇଛି ୧ ହଜାର ୩୬୮ କୋଟି ଟଙ୍କା। ତାମିଲନାଡ଼ୁ କୋଏମ୍ବଟୁରରସ୍ଥିତ ଏହି କଂପାନୀର ମାଲିକ ହେଉଛନ୍ତି ଭାରତର ଲଟେରି କିଙ୍ଗ୍ ଭାବେ ପରିଚିତ ସାଣ୍ଟିଆଗୋ ମାର୍ଟିନ।

ଟପ୍ ଟେନ୍ ଦାତା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ । ଏହି କମ୍ପାନୀ ଦାନ କରିଛି ୯୬୬ କୋଟି । କ୍ୱିକ୍ ସପ୍ଲାଏ ଚେନ୍ ପ୍ରାଇଭେଟ୍ ଲିମିଟେଡ୍ ୪୧୦ କୋଟି, ବେଦାନ୍ତ ୪ଶହ କୋଟି, ହଳଦିଆ ଏନର୍ଜି ଲିମିଟେଡ୍ ୩୭୭ କୋଟି, ଭାରତୀ ଗ୍ରୁପ୍ ୨୪୭ କୋଟି, ଏସେଲ୍ ମାଇନିଂ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ୨୨୪ କୋଟି, ୱେଷ୍ଟର୍ଣ୍ଣ ୟୁପି ପାୱାର ଟ୍ରାନ୍ସମିସନ୍ କଂପାନୀ ଲିମିଟେଡ୍ ୨୨୦ କୋଟି, କେଭେଣ୍ଟର ଫୁଡପାର୍କ ଇନଫ୍ରା ୧୯୫ କୋଟି ଏବଂ ଦଶମ ସ୍ଥାନରେ ରହିଛି ମଦନଲାଲ୍ ଲିମିଟେଡ୍ । ଏହି କମ୍ପାନୀ ୧୮୫ କୋଟି ଟଙ୍କା ଦାନ କରିଛି।

ଗତ ମଙ୍ଗଳବାର SBI ଏହି ତଥ୍ୟ ଦାଖଲ କରିବା ପରେ, ଏହାକୁ ୧୫ ତାରିଖ ସୁଦ୍ଧା ସାର୍ବଜନୀନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହା ଯେମିତି ମିଳିଥିଲା ସେମିତି ପ୍ରକାଶ କରାଯାଇଛି ବୋଲି ଦର୍ଶାଇଛି ECI। ଏଥିରେ ୧ ହଜାରରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବଣ୍ଡ୍ କିଣାଯାଇଥିବା ଉଲ୍ଲେଖ ରହିଛି।

ଦାତା ସଂସ୍ଥା ତାଲିକାରେ ଆପୋଲୋ ଟାୟାର୍ସ, ଲକ୍ଷ୍ମୀ ନିବାସ ମିତ୍ତଲ, ଏଡିଲୁଇସ୍, ପିଭିଆର୍, କେଭେଣ୍ଟର, ସନ୍ ଫାର୍ମା, ଟରେଣ୍ଟ ପାୱାର୍, ଭାରତୀ ଏୟାରଟେଲ, ଡିଏଲ୍ଏଫ୍ କମର୍ସିଆଲ୍ ଡେଭଲପର୍ସ, ବେଦାନ୍ତ, ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍, ପିରାମଲ୍ କ୍ୟାପିଟାଲ୍ ଆଣ୍ଡ୍ ହାଉସିଂ ଫିନାନ୍ସ ଲିମିଟେଡ୍, ପେଗାସସ୍ ପ୍ରପର୍ଟିଜ୍, ବାଜାଜ୍ ଫାଇନାନ୍ସ, ଜିନ୍ଦଲ ପଲି ଫିଲ୍ମ ଲିମିଟେଡ୍, ଫିନୋଲେକ୍ସ କେବୁଲ୍ ଲିମିଟେଡ୍ ଆଦି କଂପାନୀର ନାଁ ରହିଛି ।

ଏହି କମ୍ପାନୀମାନଙ୍କଠାରୁ କୋଟି କୋଟି ଟଙ୍କାର ପାଣ୍ଠି ପାଇଛନ୍ତି ବିଜେପି, କଂଗ୍ରେସ, ବିଜେଡି, AIADMK, BRS, ଶିବସେନା, TDP, YSR କଂଗ୍ରେସ ଭଳି ଅନେକ ରାଜନୈତିକ ଦଳ।

ସୂଚନା ଅନୁସାରେ, ୧୨ ଏପ୍ରିଲ ୨୦୧୯ ଠାରୁ ୧୫ ଫେବୃଆରୀ ୨୦୨୪ ମଧ୍ୟରେ ୧୬ ହଜାର ୫୧୮ କୋଟି ଟଙ୍କାର ୨୨ ହଜାର ୨୧୭ଟି ବଣ୍ ବିକ୍ରି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+