ଆସିଲା ବଡ ଖବର; ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୩ ହାର୍ଡକୋର ମାଓବାଦୀ ନିହତ
ଏନ୍କାଉଣ୍ଟରରେ ୩ ହାର୍ଡକୋର ମାଓବାଦୀ ନିହତ । ସୀମାନ୍ତ ଛତିଶଗଡ଼ ବିଜାପୁର ପୋଲିସକୁ ବଡ଼ ସଫଳତା। ଦନ୍ତେୱାଡା-ବିଜାପୁର ସୀମାନ୍ତ ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍କାଉଣ୍ଟର ହୋଇଥିବା ମିଳିଛି ସୂଚନା । ଏବେ ବି ଜାରି ରହିଛି ଗୁଳି ବିନିମୟ, ଆହୁରି ନିହତ ଆଶଙ୍କା । ଅପରେସନରେ ୪୦୦ରୁ ଅଧିକ ଯବାନ ନିୟୋଜିତ ।

ଇନ୍ଦ୍ରାବତୀ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ଜଣାପଡିବା ପରେ STF, DRG ଏବଂ CRPF କୋବ୍ରା ଯବାନ ଅପରେସନ ଆରମ୍ଭ କରିଥିଲେ । ସକାଳ ପ୍ରାୟ ୯ଟାରୁ ଇନ୍ଦ୍ରାବତୀ ଜଙ୍ଗଲରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ । ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ ଓ ମାଓବାଦୀ । ଯବାନଙ୍କ ଏନକାଉଣ୍ଟରରେ ୩ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ୩ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେ ବି ଅପରେସନ ଜାରି ରହିଛି । ଅପରେସନରେ ୪୦୦ରୁ ଉର୍ଦ୍ଧ୍ୱ ଯବାନ ନିୟୋଜିତ ରହିଛନ୍ତି ।ଚଳିତ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଛତିଶଗଡରେ ପୃଥକ୍ ପୃଥକ୍ ଏନକାଉଣ୍ଟରରେ ୧୩୭ ଜଣ ମାଓବାଦୀ ନିହତ ହୋଇଛନ୍ତି । ସେଥିମଧ୍ୟରୁ କେବଳ ବସ୍ତର ଡିଭିଜନରେ ୧୨୧ ଜଣ ମାଓବାଦୀଙ୍କ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି ।












Click it and Unblock the Notifications