ମାୟାବତୀଙ୍କ ଜନ୍ମଦିନରେ ବଡ଼ ଅଘଟଣ
ଉତ୍ତର ପ୍ରଦେଶରର ରାଜଧାନୀ ଲକ୍ଷ୍ନୌରେ ବିଏସ୍ପି ମୁଖ୍ୟ ମାୟାବତୀଙ୍କ ଜନ୍ମଦିନ ଅବସରରେ ବଡ଼ ଅଘଟଣ। ମାୟାବତୀଙ୍କ ପ୍ରେସ୍ କନଫ୍ରେନ୍ସରେ ହଠାତ ସର୍ଟସର୍କିଟ ହୋଇଯାଇଥିଲା। ବିଜୁଳି ବୋର୍ଡରୁ ନିଆଁ ଉଠି ଚାରିଆଡ ଧୂଆଁ ଧୁଆଁ ହୋଇଯାଇଥିଲା। ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ମାୟାବତୀଙ୍କ ସାମ୍ବାଦିକ ସମ୍ମିଳନୀ ଶେଷ ହେବାର ଥିଲା।
ପୁରା ହଲରେ ଧୂଆଁ ଖେଳିଯାଇଥିଲା। ସେଠାରେ ଥିବା ସାମ୍ବାଦିକ ଓ ନେତାମାନେ ଭୟଭୀତ ହୋଇଯାଇଥିଲେ। ପ୍ରେସ୍ କନଫ୍ରେନ୍ସ ହଲ୍ରେ ଯେତେବେଳେ ସର୍ଟ ସର୍କିଟ ହୋଇଥିଲା, ବିଜୁଳି ବୋର୍ଡରୁ ନିଆଁ ଝୁଲ ବାହାରିଥିଲା। ଚାରିଆଡେ ଧୂଆଁ ବ୍ୟାପି ଯାଇଥିଲା। ତେବେ ମାୟାବତୀଙ୍କ ସୁରକ୍ଷାରେ ମୁତୟନ ଥିବା ସୁରକ୍ଷାକର୍ମୀ ତତ୍ପରତା ଦେଖାଇଥିଲେ। ସେମାନେ ମାୟାବତୀଙ୍କୁ ତୁରନ୍ତ ହଲ୍ ଭିତରୁ ବାହାର କରିବା ସହ ତାଙ୍କ ଘରକୁ ନେଇ ଯାଇଥିଲେ।
ସର୍ଟ ସର୍କିଟର ସୂଚନା ମିଳିବା ମାତ୍ରେ ସେଠାରେ ଥିବା ସୁରକ୍ଷା ଟିମ୍ ଓ ବିଜୁଳି ବିଭାଗର କର୍ମଚାରୀ ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ। ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି, କିନ୍ତୁ କିଛି ସମୟ ପାଇଁ ଭୟରେ ଲୋକେ ଜୀବନ ବଞ୍ଚାଇବାକୁ ଧାଁ ଦଉଡ କରିଥିଲେ।ହଲର ଏକ ଅଂଶରେ ଧୂଆଁ ଶୀଘ୍ର ବ୍ୟାପିଗଲା, ଯାହା ଫଳରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହେଲା। ତଥାପି, ସୁରକ୍ଷା କର୍ମୀଙ୍କ ତତ୍ପରତା ଏବଂ ଅଗ୍ନି ନିରାପତ୍ତା ଉପକରଣର ତୁରନ୍ତ ବ୍ୟବହାର ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣି ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦେଇଥିଲା।

ତେବେ ଏହି ଘଟଣାକୁ ନେଇ ଏବେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠୁଛି। ସାମ୍ବାଦିକ ସମ୍ମିଳନୀ ସମୟରେ ପରିବେଶ ସମ୍ପୂର୍ଣ୍ଣ ସ୍ୱାଭାବିକ ଥିଲା, କିନ୍ତୁ ସର୍ଟ ସର୍କିଟ ହେବା ପରେ ସ୍ଥିତି ବଦଳିଗଲା। କିଛି ସେକେଣ୍ଡ ପାଇଁ ହଲରେ ଆତଙ୍କ ସୃଷ୍ଟି ହୋଇଥିଲା।ମାୟାବତୀଙ୍କ ଜନ୍ମଦିନରେ ହୋଇଥିବା ବଡ଼ ଆୟୋଜନ ଏବଂ ବହୁ ସଂଖ୍ୟାରେ ମିଡିଆ କର୍ମଚାରୀଙ୍କ ଉପସ୍ଥିତିରେ ଏହି ସର୍ଟ ସର୍କିଟ ହୋଇଥିଲା। ହୁଏତ କିଛି ବଡ଼ ଧରଣର ଅଘଟଣ ଘଟିଯାଇଥାନ୍ତା। ବର୍ତ୍ତମାନ ସ୍ଥିତି ପୁରାପୁରି ନିୟନ୍ତ୍ରଣରେ ଥିଲେ ମଧ୍ୟ ସର୍ଟ ସର୍କିଟର କାରଣ ଖୋଜା ଯାଉଛି।












Click it and Unblock the Notifications