ଦଶହରା ଓ ଦୀପାବଳି ପୂର୍ବରୁ ରେଳ କର୍ମଚାରୀଙ୍କୁ ବଡ଼ ଉପହାର କେନ୍ଦ୍ର ସରକାର
ଦଶହରା ଓ ଦୀପାବଳି ପୂର୍ବରୁ ରେଳ କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ୧୧.୭୨ ଲକ୍ଷରୁ ଅଧିକ ରେଳ କର୍ମଚାରୀଙ୍କ ପାଇଁ ଆଜି କେନ୍ଦ୍ର ସରକାର ପ୍ରଡକ୍ଟଭିଟୀ ଲିଙ୍କଡ ବୋନସ ସମ୍ପର୍କରେ ଘୋଷଣା କରିଛନ୍ତି। ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍।

ଏହା ଉପରେ ଆଜି କେନ୍ଦ୍ର କ୍ୟାବିନେଟରେ ମୋହର ମାରିଛନ୍ତି। ଏହାଦ୍ୱାରା ୧୧ ଲକ୍ଷ ୭୨ ହଜାର ୨୪୦ ରେଲୱେ କର୍ମଚାରୀ ଉପକୃତ ହେବେ। ସେମାନଙ୍କୁ ମୋଟ ୨ ହଜାର ୨୯ କୋଟି ଟଙ୍କା ବୋନସ୍ ଆକରେ ପ୍ରଦାନ କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହାବାଦ ବଡ଼ ବନ୍ଦର ପ୍ରାଧିକରଣଗୁଡ଼ିକ ପାଇଁ ମଧ୍ୟ କେନ୍ଦ୍ର କ୍ୟାବିନେଟ ସଂଶୋଧିତ ପ୍ରଡକ୍ଟଭିଟୀ ଲିଙ୍କଡ ରିୱାଡ ଉପରେ ମଧ୍ୟ ମୋହର ମାରିଛନ୍ତି।
କେନ୍ଦ୍ର କ୍ୟାବିନେଟ ବୋନସ ଆକାରରେ ଦେବାକୁ ଥଇବା ୨୦୨୯ କୋଟି ଟଙ୍କା ଟ୍ରାକ ମେଣ୍ଟେନାନ୍ସ, ଲୋକୋ ପାଇଲଟ, ଟ୍ରେନ ମ୍ୟାନେଜର (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପର ଭାଇଜର, ଟେକ୍ନିସିଆନ, ହେଲପର, ପଏଣ୍ଟ ମ୍ୟାନ, ମନିଷ୍ଟରିଆଲ ଷ୍ଟାପ ଓ ଅନ୍ୟ ଗ୍ରୁପ ଏକ୍ସସି କର୍ମଚାରୀଙ୍କୁ ମିଳିବ।
ରେଳବାଇର ପ୍ରଦର୍ଶନକୁ ଆହୁରି ଲୋକାଭିମୁଖୀ କରିବା ଦିଗରେ କର୍ମଚାରୀଙ୍କ ମନୋବଳ ବଢ଼ାଇବା ପାଇଁ ଏପରି ବୋନସର ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ଦୁର୍ଗା ପୂଜା/ଦଶହରା ପୂର୍ବରୁ ରେଳବାଇ ପକ୍ଷରୁ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରାଯାଏ।












Click it and Unblock the Notifications