ଉତ୍ତରପ୍ରଦେଶ ସରକାରରେ ଜବ୍ କାର୍ଡ ଦୁର୍ନୀତି: ଜବ୍ କାର୍ଡରେ ରହିଛି ମହମ୍ମଦ ସାମୀଙ୍କ ଭଉଣୀ ଓ ଭିଣୋଇଙ୍କ ନାଁ
UP News: ଉତ୍ତର ପ୍ରଦେଶର ଆମରୋହାରେ ମନରେଗା ଯୋଜନାରେ ହେଉଥିବା ଏକ ଠକେଇର ପର୍ଦ୍ଦାଫାସ ହୋଇଛି। ଏଥର ମହମ୍ମଦ ଶାମିଙ୍କ ଭଉଣୀ ଏବଂ ଭିଣୋଇଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଦୁହେଁ ଗତ ତିନି ବର୍ଷ ଧରି ନିରନ୍ତର ମଜୁରୀ ପାଉଛନ୍ତି।
ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କ ଭଉଣୀ ଏବଂ ଭିଣୋଇ ମନରେଗାରେ ମଜୁରୀ ପାଉଛନ୍ତି। କ୍ରିକେଟର ମହମ୍ମଦ ଶାମିଙ୍କ ଭଉଣୀ ଶବୀନା ଜଣେ ମନରେଗା ଶ୍ରମିକ। ୨୦୨୧ ରୁ ୨୦୨୪ ପର୍ଯ୍ୟନ୍ତ ଶାମିଙ୍କ ଭଉଣୀଙ୍କ ଆକାଉଣ୍ଟକୁ ନିରନ୍ତର ଟଙ୍କା ଆସୁଛି। ଆମରୋହା ଡିଏମ ନିଧି ଗୁପ୍ତା ଭାଟସ୍ ଶାମିଙ୍କ ଭଉଣୀ ଏବଂ ଭାଇଙ୍କ ଠକେଇର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଡିଏମ୍ ନିଧି ଗୁପ୍ତା କହିଛନ୍ତି ଯେ, ଏହାର ତଦନ୍ତ ଏହି ମନରେଗା ମାଧ୍ୟମରେ କରାଯିବ। ଯେଉଁମାନେ ଅଧିରେ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଭାରତୀୟ କ୍ରିକେଟ୍ ଟିମର ଜଣାଶୁଣା ବୋଲର ମହମ୍ମଦ ସାମୀ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ତାଙ୍କର ବିଳାଶପୂର୍ଣ୍ଣ ଘର, ଦାମୀ ଗାଡି ମଧ୍ୟ ରହିଛି ଏପରି ସ୍ଥିତିରେ ତାଙ୍କ ଭଉଣୀ, ଭିଣୋଇ ଓ ଭଣଜାଙ୍କ ନାମରେ ରହିଛି ଜବ୍ କାର୍ଡ । ଅର୍ଥାତ ଏମଜିଏନଆରଜିଏ ଯୋଜନାରେ ସେମାନେ ମଜୁରୀ ଲାଗୁଥିବା କଥା ଉତ୍ତରପ୍ରଦେଶ ସରକାରଙ୍କ ନଥିପତ୍ର କହୁଛି ।
ସୂଚନା ଅନୁସାରେ ସାମୀଙ୍କ ବିବାହିତା ଭଉଣୀ ଶବିନା ଏହି ଯୋଜନାରେ ପଞ୍ଜିକୃତ ଅଛନ୍ତି। ସେ ୨୦୨୧ ରୁ ୨୦୨୪ ପର୍ଯ୍ୟନ୍ତ ଏହି ଯୋଜନାରେ କାମ କରିଛନ୍ତି ଓ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଜୁରୀ ବାବଦ ଅର୍ଥ ସରକାର ଦେଇଛନ୍ତି । ତେବେ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସାମିଙ୍କ ପରିବାର ପକ୍ଷରୁ କୌଣସି ସୂଚନା ପ୍ରକାଶ ପାଇ ନାହିଁ ।












Click it and Unblock the Notifications