ପୁଣି ଭୂକମ୍ପରେ ଥରିଲା ମ୍ୟାଁମାର
ପୁଣି ଭୂକମ୍ପ ଝଟକାରେ ଥରିଲା ମ୍ୟାମାର । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୫ ଥିବା ବେଳେ ଭୂକମ୍ପ ପୁଣି ଥରେ ମ୍ୟାମାରବାସୀଙ୍କ ମନରେ ଛନକା ଭରିଛି । ତେବେ ଆଜି ରାତି ୧ଟା ୩୨ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଗତ ମାର୍ଚ୍ଚ ୨୮ ତାରିଖରେ ଦେଶରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯେଉଁଥିରେ ବହୁ ବଡ଼ ବଡ଼ କୋଠା ଭୁଶୁଡ଼ି ଧୂଳିସାତ ହୋଇଯାଇଥିବାବେଳେ ୩୫୦୦ରୁ ଅଧିକ ନାଗରିକ ପ୍ରାଣ ହରାଇଥିଲେ। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ରହିଥିବା ୭.୭। ମାଣ୍ଡାଲେ, ନ୍ୟାପିତ, ମେଇକତିଲା ସମେତ ଅନେକ ସହର ଏହାଦ୍ଵାରା କ୍ଷତିଗ୍ରସ୍ତ ହୋଇଥିଲା। ବଡ଼ ବଡ଼ ସରକାରୀ କୋଠା ଭୁଶୁଡ଼ି ବହୁ ଧନଜୀବନ ହାନି ହୋଇଥିଲା।

ମ୍ୟାମାର ସଙ୍କଟ ସମୟରେ ସହାୟତାର ହାତ ବଢାଇଥିଲା ଭାରତ । ଅପରେସନ ବ୍ରହ୍ମା ଜରିଆରେ ଏନଡିଆରଏଫ ଟିମ୍ ଏବଂ ଯବାନମାନେ ମ୍ୟାମାରରେ ସମସ୍ତ ପ୍ରକାଶ ସହାୟତା ଯୋଗାଇଦେଇଥିଲେ ।












Click it and Unblock the Notifications