କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି ; ସାପ କାମୁଡା ମୃତ୍ୟୁକୁ ସୁଚନୀୟ ରୋଗ ଘୋଷଣା
ଭାରତରେ ସାପକାମୁଡ଼ା ଓ ତତ୍ଜନିତ ମୃତ୍ୟୁକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନୀୟ ରୋଗ ଘୋଷଣା କରିଛି। ଦେଶରେ ବର୍ଷକୁ ୩ରୁ ୪ ନିୟୁତ ସାପ କାମୁଡ଼ା ଘଟୁଥିବାବେଳେ ସେଥିରୁ ପ୍ରାୟ ୫୦, ୦୦୦ ଜଣଙ୍କର ମୃତ୍ୟୁ ହେଉଥିବା ଏକ ତଥ୍ୟରୁ ଜଣାପଡ଼ିବା ପରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସାରା ବିଶ୍ୱରେ ମୋଟ ଯେତିକି ସାପକାମୁଡ଼ା ମୃତ୍ୟୁ ଘଟୁଛି, ତାହାର ଅଧା ଭାରତରେ। ତେବେ ଏନେଇ ସରକାରଙ୍କ ପାଖରେ ଉପଯୁକ୍ତ ରିପୋର୍ଟ କରାଯାଉ ନ ଥିବାରୁ ବଡ଼ ସମସ୍ୟା ସୃଷ୍ଟି ହୋଇଛି।













Click it and Unblock the Notifications