ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି; ମଦ୍ୟ ଓ ମାଂସ ବିକ୍ରି ଉପରେ ଲଗାଇଲେ କଟକଣା
ମଧ୍ୟପ୍ରଦେଶର ମୈହାର ସହରରେ ନଅ ଦିନିଆ ନବରାତ୍ରି ମହୋତ୍ସବ ପାଳନ ଅବସରରେ ସମସ୍ତ ଆମିଷ ଖାଦ୍ୟ ବିକ୍ରୟ ଉପରେ ନିଷେଧ ଜାରି କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମୈହାର ହେଉଛି ହିନ୍ଦୁମାନଙ୍କ ପାଇଁ ଏକ ଶକ୍ତିପୀଠ। ଏଠାରେ ପବିତ୍ର ମା' ଶାରଦା ମନ୍ଦିର ରହିଛି। ବାର୍ଷିକ ନଅ ଦିନିଆ 'ମା ଶାରଦେ ଚୈତ୍ର ନବରାତ୍ରୀ ମେଳା' ସମୟରେ ହଜାର ହଜାର ଭକ୍ତ ଏହି ସହରକୁ ପରିଦର୍ଶନ କରନ୍ତି। ନବରାତ୍ରି ଉତ୍ସବ ରବିବାରରୁ ଆରମ୍ଭ ହୋଇଛି ଏବଂ ଏହା ୯ ଦିନ ପର୍ଯ୍ୟନ୍ତ ଚାଲିବ। ତେଣୁ ମୈହାର ସହରରେ ନଦିନ ପର୍ଯ୍ୟନ୍ତ ଆମିଷ ଖାଦ୍ୟ ବିକ୍ରି ଉପରେ ନିଷେଧ ଜାରି କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।

ଦୁଇ ସହରରେ ଆମିଷ ନିଷେଧ ଲାଗୁ କରିବା ପାଇଁ ନିର୍ଦେଶ ଜାରି କରାଯାଇଛି। ଯଦି ଦୋକାନଗୁଡ଼ିକ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରନ୍ତି ତେବେ ସେମାନଙ୍କର ଲାଇସେନ୍ସ ବାତିଲ କରାଯିବ ବୋଲି ଭୋପାଳ ଏବଂ ଇନ୍ଦୋର ସହରର ପୌର କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି।
ମଧ୍ୟ ପ୍ରଦେଶ ସରକାରଙ୍କ ପୂର୍ତ୍ତ ବିଭାଗ ମନ୍ତ୍ରୀ ରାକେଶ ସିଂହଙ୍କ ସମେତ ଅନେକ ବିଜେପି ସାଂସଦ ନବରାତ୍ରି ସମୟରେ ରାଜ୍ୟର ମାଂସ ଦୋକାନଗୁଡ଼ିକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ। ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ ଏପ୍ରିଲ ୧ ତାରିଖରୁ ରାଜ୍ୟର ମୈହାର ସମେତ ୧୭ଟି ପବିତ୍ର ସହରରେ ମଦ ଦୋକାନ ସ୍ଥାୟୀ ଭାବରେ ବନ୍ଦ କରାଯିବ।












Click it and Unblock the Notifications