ଏ ବର୍ଷ ଶେଷ ସୁଦ୍ଧା ନୂଆ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବ ଭାରତୀୟ ରେଲୱେ । ନୂଆ ବ୍ୟବସ୍ଥାରେ ଗୋଟିଏ ମିନିଟରେ ହେବ ଦେଢ଼ ଲକ୍ଷ ଟିକେଟ ବୁକିଂ । nbsp;ଏବେ ଗୋଟିଏ ମିନିଟରେ ୩୨ ହଜାର ଟିକେଟ୍ ବୁକିଂ ହେଉଛି ।ନୂଆ ବ୍ୟବସ୍ଥାରେ ୫ ଗୁଣ ଅଧିକ ଟିକେଟ୍ ବୁକିଂ ହେବ । ଗାଡ଼ି ଛାଡ଼ିବାର ୮ ଘଣ୍ଟା ପୂର୍ବରୁ ସଂରକ୍ଷିତ ଟିକେଟ୍ ତାଲିକା ପ୍ରକାଶ କରାଯିବ । nbsp;ଟିକେଟ ଅନୁସନ୍ଧାନ କ୍ଷମତାକୁ ମଧ୍ୟ ଦଶ ଗୁଣ ବୃଦ୍ଧି କରାଯିବ । ନୂଆ PRS ବ୍ୟବସ୍ଥାରେ ପ୍ରତି ମିନିଟରେ ୪୦ ଲକ୍ଷ ଟିକେଟ୍ ସଂପର୍କରେ ଅନୁସନ୍ଧାନ କରି ହେବ ।