Get Updates
Get notified of breaking news, exclusive insights, and must-see stories!

ଶପଥ ନେବା କ୍ଷଣି ସିଏମ୍ ମୋହନ ଯାଦବଙ୍କ ବଡ ନିଷ୍ପତ୍ତି, ରାଜ୍ୟରେ ବାଜିପାରିବନି ଉଚ୍ଚ ସ୍ୱରରେ ଲାଉଡସ୍ପିକର

ଭୋପାଳ:ଏଣିକି ମଧ୍ୟପ୍ରଦେଶରେ ଲାଉଡ ସ୍ପିକର ବାରଣ । ସିଏମ୍ ହେବା କ୍ଷଣି ମୋହନ ଯାଦବ ଏଭଳି ନିଷ୍ପତ୍ତି ନେଇଛନ୍ତି । ମୋହନ ମୁଖ୍ୟମନ୍ତ୍ରୀ ହେବାର ପ୍ରଥମ ଆଦେଶ ହେଉଛି ରାଜ୍ୟରେ ଉଚ୍ଚ ସ୍ୱରରେ ଲାଉଡସ୍ପିକର ବାଜିପାରିବ ନାହିଁ । ଏହି ଆଦେଶ ଅନୁଯାୟୀ ଧାର୍ମିକ ତଥା ସର୍ବସାଧାରଣ ସ୍ଥାନରେ ଉଚ୍ଚ ସ୍ୱରରେ ଲାଉଡସ୍ପିକରକୁ ବାରଣ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ନିର୍ଦ୍ଦେଶ କ୍ରମେ ଧାର୍ମିକ ସ୍ଥଳ ଏବଂ ଅନ୍ୟାନ୍ୟ ସ୍ଥାନରେ ଅନିୟମିତ କିମ୍ବା ଅନିୟନ୍ତ୍ରିତ ଶବ୍ଦ ପ୍ରସାରଣ ଉପକରଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଗାଇଡଲାଇନ ଜାରି କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କେବଳ ଅନିୟନ୍ତ୍ରିତ ସାଉଣ୍ଡ ଆମ୍ପ୍ଲିଫାୟାର ବ୍ୟବହାର ଉପରେ କଟକଣା ଲଗାଯାଇଛି ।

Mohan Yadav

କିନ୍ତୁ ନିୟମିତ ଏବଂ ନିୟନ୍ତ୍ରିତ (ଅନୁମୋଦିତ ଡେସିବେଲ ବ୍ୟବହାର) ଉପରେ କଟକଣା ଲଗାଯାଇନାହିଁ । ଏହି ଆଦେଶରେ କୁହାଯାଇଛି ଯେ କେତେକ ଧାର୍ମିକସ୍ଥଳରେ ନିର୍ଦ୍ଧାରିତ ଡେସିବେଲରୁ ଅଧିକ ମାତ୍ରାରେ ଲାଉଡସ୍ପିକରର ପ୍ରୟୋଗ କରାଯାଉଥିବା ଦେଖାଯାଉଛି ।

ଏହା ଦ୍ୱାରା ଧ୍ୱନି ପ୍ରଦୂଷଣ ହେଉଛି ଓ ତାହା ଲୋକଙ୍କ ସ୍ୱାସ୍ଥ୍ୟ ଓ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଛି । ଲାଉଡସ୍ପିକର ନିୟନ୍ତ୍ରିତ ବ୍ୟବହାର ଉପରେ ସୁପ୍ରିମକୋର୍ଟ, ଜାତୀୟ ଗ୍ରୀନ ଟ୍ରିବୁନାଲ ସମୟ ସମୟରେ ଆଦେଶ ଜାରି କରିଆସିଛନ୍ତି । ବୁଧବାର ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଯାଦବ । ମଧ୍ୟପ୍ରଦେଶର ନୂଆ ସରକାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେଓଡା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ବାଚସ୍ପତି ଦାୟିତ୍ୱ ମିଳିଛି । ଦକ୍ଷିଣ ଉଜୈନରୁ କ୍ରମାଗତ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ୫୮ବର୍ଷୀୟ ମୋହନ ଯାଦବ । ଶିବରାଜ ସିଂ ସରକାରରେ ସେ ଉଚ୍ଚଶିକ୍ଷାମନ୍ତ୍ରୀ ଥିଲେ । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଡକ୍ଟର ମୋହନ ଯାଦବ ଉଜ୍ଜୟୀନୀରେ ଥିବା ବାସଭବନକୁ ଯାଇଥିଲେ । ଆଉ ସେଠାରେ ଦର୍ଶନ ଏବଂ ମହାକଲଙ୍କ ପୂଜା କରିଥିଲେ । ସେଠାରୁ ସେ ସିଧାସଳଖ ଭୋପାଳକୁ ଫେରି ଏକ ସଭା କରିଥିଲେ । ମହାକଲଙ୍କ ଦର୍ଶନ ପାଇବା ପରେ ସିଏମ୍ ମନ୍ଦିର ପରିସରରେ ଦୌଡ଼ୁଥବାର ଦୃଶ୍ୟ ସାମ୍ନାକୁ ଆସିଥିଲା ।

ବାସ୍ତବରେ ଭୋପାଳରେ ଏକ କ୍ୟାବିନେଟ ବୈଠକ ରହିଥିଲା । ସିଏମଙ୍କୁ ସେଠାକୁ ଯିବାକୁ ବିଳମ୍ବ ହେଉଥିଲା ସେଥିପାଇଁ ମହାକାଲର ପୂଜା ଏବଂ ଆରତୀ ପରେ ସେ ଦୌଡ଼ି ଆସିଥିଲେ । ମହାକାଲଙ୍କ ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି - ଶପଥ ନେବା ପରେ ମୁଁ ବାବା ମହାକାଲଙ୍କ ଦରବାରକୁ ଆସିଛି । ମୋତେ ଏକ ନୂତନ ଦାୟିତ୍ୱ୍ ମିଳିଛି । ତେଣୁ ମୁଁ ବାବା ମହାକାଲଙ୍କ ଆଶୀର୍ବାଦ ପାଇବାକୁ ଆସିଛି । ମୁଁ । ସେ ଆହୁରି କହିଛନ୍ତି ଯେ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ମଧ୍ୟପ୍ରଦେଶରେ ଆହୁରି ଅଗ୍ରଗତି କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+